ତୁରିନ, ଅକ୍ଟୋବର ୨୫ : ଜଣେ ଆମେରିକୀୟ ମହିଳାଙ୍କ ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ ଫସିଥିବା ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ କହିଛିନ୍ତି, ସତ୍ୟ ଘଟଣା ସାମ୍ନାକୁ ଆସିବ । ବିବିସିର ରିପୋର୍ଟ ଅନୁସାରେ ରୋନାଲ୍ଡୋ ୟୁଭେଣ୍ଟସ ଫୁଟବଲ କ୍ଲବ ପରିସରରେ ସାମ୍ବାଦିକ ସମ୍ମିଳନୀରେ ଏହି ମାମଲା ଉପରେ କହିଛନ୍ତି । ଆମେରିକୀୟ ନିବାସୀ କ୍ୟାଥରିନ ମେୟୋର୍ଗା ୨୦୦୯ରେ ରୋନାଲ୍ଡୋଙ୍କ ବିରୋଧରେ ଲସଭେଗାସର ଏକ ହୋଟେଲରେ ଦୁଷ୍କର୍ମ କରିଥିଲେ । ପର୍ତ୍ତୁଗାଲର ଷ୍ଟାର ଖେଳାଳି ଟୁଇଟର ଜରିଆରେ ଏହି ଅଭିଯୋଗକୁ ରୋନାଲ୍ଡୋ ଖଣ୍ଡନ କରିଥିଲେ ।
ପ୍ରଥମ ଥର ଆଧିକାରିକ ରୂପରେ ଏହି ପ୍ରସଙ୍ଗରେ ରୋନାଲ୍ଡୋ କହିଛନ୍ତି, ଯେକୌଣସି ପ୍ରକାରରେ ସତ୍ୟ ସାମ୍ନାକୁ ଆସିବ । ମୁଁ ୨ସପ୍ତାହ ପୂବରୁ ବୟାନ ଜାରି କରିଥିଲି । ମୁଁ ଏହି ସ୍ଥିତିରେ ମିଛ କହିବି ନାହିଁ । ମୋର ଓକିଲଙ୍କୁ ଏବଂ ମୋତେ ଏହି ମାମଲାରେ ଆଶ୍ୱସ୍ତି ଲାଗୁଛି ।
ରୋନାଲ୍ଡୋ କହିଛନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଯେ, ଫୁଟବଲ ଖେଳି ଖୁସି ନେଉଛି ଏବଂ ମୁଁ ନିଜ ଜୀବନକୁ ନେଇ ଆନନ୍ଦ ଲାଭ କରୁଛି । ମୋତେ ଯତ୍ନ ନେବା ପାଇଁ ଲୋକ ଅଛନ୍ତି । ନିଶ୍ଚିତ ଭାବରେ ସବୁକିଛି ଘଟଣା ଲୋକଲୋଚନକୁ ଆସିବ ।
ଇଟାଲିର କ୍ଲବ ଯୁଭେଣ୍ଟସର ମୁଖ୍ୟ କୋଚ ମସସିମିଲିଆନୋ ଏଲେଗ୍ରୀ କହିଛନ୍ତି, ଫରୱାଡ କ୍ରିଷ୍ଟିଆନୋ ରୋନାଲ୍ଡୋ ଦୁଷ୍କର୍ମ ଅଭିଯୋଗ ନେଇ ଯାଞ୍ଚ ସମ୍ମୁଖୀନ ହୋଇଥିବା ବେଳେ ଟିମ ପାଇଁ ଖେଳିବେ । ସେ ଜଣେ ଶାନ୍ତ ସ୍ୱଭାବର ଏବଂ ଖେଳିବା ପାଇଁ କାମ କରୁଛନ୍ତି । ମୁଁ ଅନ୍ୟ କୌଣସି ଆପତ୍ତି ଉପରେ ବୟାନ ଦେଇପାରିବି ନାହିଁ, କାରଣ ସେହି ମାମଲା ବ୍ୟକ୍ତିଗତ ବୋଲି କୋଚ କହିଛନ୍ତି ।