Sat. Mar 7th, 2026

ଦୁଷ୍କର୍ମକାରୀ ବାପାକୁ ୧୦ ବର୍ଷ ଜେଲ୍‌

181 Views

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଅତିରିକ୍ତ ଦୌରାଜଜ୍‌-୨ ତଥା ପୋକ୍‌ସୋ ଜଜ୍‌ ଜଗଦୀଶ ପ୍ରସାଦ ମହାନ୍ତି ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଦୁଷ୍କର୍ମକାରୀ ବାପାକୁ ୧୦ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଇଲାକାରେ ଜଣେ ନାବାଳିକା ଝିଅକୁ ତାର ବାପା ଦୁଷ୍କର୍ମ କରିଥିବା ନେଇ ଗତ ୨୦୧୬ ଫେବ୍ରୁଆରି ୫ ତାରିଖରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ହିଂଜିଳି ଥାନା ପୁଲିସ କେସ୍ ନମ୍ବର ୨୦/୧୬ରେ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାର ବିଚାରଣା ବେଳେ ପୋକ୍‌ସୋ ଜଜ୍‌ ୧୦ଜଣ ସାକ୍ଷୀଙ୍କ ବୟାନ୍‌କୁ ଭିତ୍ତି କରି ଆବଶ୍ୟକ ପ୍ରମାଣ ଥିବା ଯୋଗୁଁ ଅଭିଯୁକ୍ତ ବାପାକୁ ୧୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ଆଜି ପର୍ଯ୍ୟନ୍ତ ଜେଲ୍‌ରେ ଥିଲେ।

ପତ୍ନୀହନ୍ତାକୁ ଆଜୀବନ ଜେଲ୍‌

କୋଟଗଡ : ୨୦୧୬ରେ ଘଟିଥିବା ଏକ ପତ୍ନୀ ହତ୍ୟା ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ‌ଦୌରାଜଜ୍‌ ଆଜି ରାୟ ଶୁଣାଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ଗାଗାରିନ ନାୟକକୁ ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ୨୦୧୬ ଅଗଷ୍ଟ ୨୭ ତାରିଖରେ ଅଭିଯୁକ୍ତ ଗାଗାରିନ ନିଜ ପତ୍ନୀ ପ୍ରଣିତାଙ୍କୁ ତାଙ୍କ ବାପ ଘରୁ ଡାକିଆଣି ପରବର୍ତ୍ତୀ ସମୟରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଦାରିଙ୍ଗବାଡି ଥାନା କେସ ନଂ ୧୧୮/୧୬ରେ ମାମଲା ରୁଜୁ ହୋଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଦା‌ଲତ ତାଙ୍କୁ ଆଜୀବନ କାରାଦଣ୍ଡ‌ ରାୟ ଶୁଣାଇଛନ୍ତି।

By amfnews

Related Post