Tue. Dec 24th, 2024

ଦୁର୍ଘଟଣା ଘଟାଇ ଆମ୍ବୁଲାନ୍ସ ଡ୍ରାଇଭର ଫେରାର, ରୋଗୀ ସମେତ ୪ ଜଣଙ୍କୁ ହସ୍ପଟାଲରେ ଭର୍ତ୍ତି

By amfnews Sep 26, 2020 #Featured
166 Views

ଭୁବନେଶ୍ୱର, ସେପ୍ଟେମ୍ବର ୨୬ : ରୋଗୀଙ୍କୁ ନେଇ ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣା ଘଟିଛି । ଫଳରେ ରୋଗୀଙ୍କ ସମେତ ୨ ଭାଇ ଓ ମା’ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି ।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଂଚଳର ନହରା ଗାଁର ଜଣେ ରୋଗୀଙ୍କ ଚିକିତ୍ସା ଲାଗି ପରିବାର ଲୋକେ ଗତକାଲି ଭଦ୍ରକ ନେଇଥିଲେ । ଡାକ୍ତର ଦେଖାଇ ଘରକୁ ଫେରିବା ବାଟରେ ଆମ୍ବୁଲାନ୍ସଟି ଭଦ୍ରକ ଜିଲ୍ଲାର ଚରମ୍ପା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ରୋଗୀ ଓ ରୋଗୀଙ୍କ ୨ ଭାଇ ଓ ମା ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ମଧ୍ୟ ରୋଗୀ ନଥିବା ଏକ ଆମ୍ବୁଲାନ୍ସ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ନେଉଳପୁରରେ ଆମ୍ବୁଲାନ୍ସର ଚାଳକ ବାଇକ ଆରୋହୀ ସ୍ୱାମୀ ଓ ସ୍ତ୍ରୀ ଏବଂ ସେମାନଙ୍କର ୭ ବର୍ଷର ଶିଶୁକନ୍ୟାକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା । କଟକ ସହରର ବିଡ଼ାନାସୀର ଗୋପାଳ ସାହିର ଶଙ୍କର ସାହୁ (୫୦), ମାମିନା ସାହୁ (୪୨) ଓ ସଂପୂର୍ଣ୍ଣା ସାହୁ (୭) ପାଣିକୋଇଲି ଆଡ଼କୁ ଯାଉଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବେପାରୁଆ ଗାଡ଼ି ଚଳାଇବା ଯୋଗୁଁ ପ୍ରାଣ ହାରିଥିଲେ ।

By amfnews

Related Post