Sat. Mar 7th, 2026

ଦୁର୍ଘଟଣାର ସମ୍ମୁଖୀନ ହୋଇ ଓଲିଉଡ୍‌ ହାସ୍ୟାଭିନେତା ସଲୀଲ ମିତ୍ର ଗୁରୁତର

441 Views

କେନ୍ଦୁଝର: ଓଡ଼ିଆ ହାସ୍ୟାଭିନେତା ସଲୀଲ ମିତ୍ର ରବିବାର ଅପରାହ୍ନରେ ଏକ ଭୟାନକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ କାର୍‌ ଯୋଗେ କେନ୍ଦୁଝର ଜିଲ୍ଲାର ଘଟଗାଁରୁ ମୟୂରଭଞ୍ଜ ଜିଲ୍ଲାର କରଜିଆଁ ଗସ୍ତ କରୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। କାର୍‌ ଦୁର୍ଘଟଣାର ସାମ୍ନା କରିବା ପରେ ସଲୀଲ ଗୁରୁତର ହୋଇ ଏବେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ଦୁର୍ଘଟଣାରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିବା ସୂଚନା ରହିଛି। ତାଙ୍କର ଦୁର୍ଘଟଣା ହେବା ପରେ ତାଙ୍କୁ ତୁରନ୍ତ ଘଟଗାଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ସଲୀଲ ଓଲିଉଡ୍‌ ଚଳଚ୍ଚିତ୍ର ଜଗତର ଜଣେ ଚିହ୍ନା ଚେହେରା। ସେ ପ୍ରଥମେ ‘ଶାସ୍ତି’ ଚଳଚ୍ଚିତ୍ରରୁ ନିଜର ଅଭିନୟ ଆରମ୍ଭ କରିବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ‘ଲଭ୍‌ ଷ୍ଟେସନ୍‌’, ‘ଲଭ୍‌ ପାଇଁ କୁଛ୍‌ ଭି କରେଗା’ ‘ମହାନାୟକ’ ଆଦି ପ୍ରାୟ ୫୦ରୁ ଊର୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନ ଜିଣିଛନ୍ତି।

By amfnews

Related Post