Sun. Mar 8th, 2026

ଦୁର୍ଘଟଣାରେ ଚାଲିଗଲା ରମାକାନ୍ତ ଓ କନ୍ଦର୍ପଙ୍କ ଜୀବନ

176 Views

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଢଳ ଗାଁ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରମାକାନ୍ତ ରାଉତ ଓ କନ୍ଦର୍ପ ସାହୁ। ଉଭୟଙ୍କ ଘର କଣ୍ଢଳ ଗାଁରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟା ପ୍ରାୟ ୭ଟା ବେଳେ ରମାକାନ୍ତ ଏକ ବାଇକ୍‌ରେ ଯାଉଥିବା ବେଳେ କଣ୍ଢଳ ଗାଁ ନିକଟ ମା’ତାରିଣୀ ମନ୍ଦିର ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ରମାକାନ୍ତ ଭାରସାମ୍ୟ ହରାଇ ବାଇକ୍‌ ସହ ତାଙ୍କ ଆଗରେ ଚାଲି ଚାଲି ଯାଉଥିବା କନ୍ଦର୍ପଙ୍କୁ ଧକ୍କା ଦେଇ ପଡ଼ି ଯାଇଥିଲେ। ଏଥିରେ ତାଙ୍କ ସହିତ କନ୍ଦର୍ପ ମଧ୍ୟ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରମାକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ କନ୍ଦର୍ପଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଦେବଗଡ଼ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

By amfnews

Related Post