Sun. Mar 8th, 2026

ଦୁର୍ଘଟଣାରେ ଆହତଙ୍କ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ଜିଲ୍ଲାପାଳ

318 Views

ଆସିକା : ଦୁର୍ଘଟଣାର ଶିକାର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ, ଯାହା ଏବେ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ଆଜି ସକାଳେ ଶେରଗଡ଼ ମାରୁଡି ଛକରେ ଏକ ମୋଟର ସାଇକେଲ୍‌ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ମୋଟର ସାଇକେଲ୍‌ ଚାଳକ ଆହତ ହୋଇଥିଲେ।  ତେବେ ଏହି ସମୟରେ ସେହି ରାସ୍ତା ଦେଇ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଗେଂ ଶେରଗଡ଼ରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିଲେ। ଦୁର୍ଘଟଣା ଘଟିଥିବା ଦେଖି ଜିଲ୍ଲାପାଳ ମାନବିକତା ଦେଖାଇ ନିଜ ଗାଡ଼ିରେ ଆହତ ବ୍ୟକ୍ତିଙ୍କୁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

By amfnews

Related Post