114 Views
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଯାଇଛି | ଏଥର ଦୁର୍ଗା ପୂଜା କମିଟିକୁ ଆୟକର ବିଭାଗର ନୋଟିସ ପଠାଯିବା ନେଇ ମମତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି | ମମତା ରାଜ୍ୟରେ ଦୁର୍ଗା ପୂଜା ଉତ୍ସବ ଆୟୋଜନ କରୁଥିବା ସବୁଠାରୁ ବଡ କମିଟି ଦୁର୍ଗା ପୂଜା ସମିତି ମଞ୍ଚକୁ ଟିକସ ନୋଟିସ ଦିଆଯିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି |
କିନ୍ତୁ ନିର୍ବାଚନ ପରେ ପୂଜା କମିଟି ପାଖରୁ ଆୟକର ବିଭାଗ ଟିକସ ଆଦାୟ କରିବାକୁ ଚାହୁଁଛନ୍ତି | ମମତା ପ୍ରଶ୍ନ କରିଛନ୍ତି ଯେ ଦୁର୍ଗା ପୂଜା ଏକ ସାମାଜିକ ସମାରୋହ ହୋଇଥିବାବେଳେ ପୂଜା କମିଟିମାନେ ସାଧାରଣ ଲୋକଙ୍କ ପାଖରୁ ଦାନ ଅର୍ଥ ସଂଗ୍ରହ କରି ପୂଜା ଆୟୋଜନ କରିଥାନ୍ତି | ଏଥିରେ ଆଇଟି ରିଟର୍ଣ୍ଣ ଦାଖଲ କାହିଁକି କରିବାକୁ ପଡିବ ବୋଲି ମମତା ଯୁକ୍ତି ବାଢ଼ିଛନ୍ତି |