110 Views
ବେଙ୍ଗାଲୁରୁ : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ଗଡ଼ ଶିବମୋଗା ଅଞ୍ଚଳରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ତିନି ତଲାକ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ।ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ବାମୀ ଦୁବାଇରେ ରହନ୍ତି । ସେ ହ୍ୱାଟ୍ସଅପ ଭଏସ ମ୍ୟାସେଜ ମାଧ୍ୟମରେ ତିନି ତଲାକ ଦେଇଛନ୍ତି । କିନ୍ତୁ ପୀଡ଼ତା ମହିଳା ଜଣକ ଦୃଢ଼ ଭାବେ କହିଛନ୍ତି ଯେ ସେ ଏହାକୁ ଗ୍ରହଣ କରିବେ ନାହିଁ । ସେ ଥାନାରେ ଅଭିଯୋଗ କରିଥିବା କଥା ବି କହଛନ୍ତି।