Sat. Mar 7th, 2026

ଦୁବାଇରେ ଉଦ୍ଧାର ହୋଇ ଭାରତ ଫେରିଲେ ଡ୍ୟାନସ ବାରରେ କାମ କରୁଥିବା ଚାରି ଜଣ ମହିଳା

185 Views

ଦୁବାଇ: ଚାରିଜଣ ଭାରତୀୟ ମହିଳାଙ୍କୁ ଦୁବାଇରୁ ଉଦ୍ଧାର କରାଯାଇ ଭାରତ ପଠାଇ ଦିଆଯାଇଥିବା ଜଣାଯାଇଛି। ଦୁବାଇ ପୁଲିସର କହିବା ଅନୁଯାୟୀ ଏଜେଣ୍ଟମାନେ ଏହି ମହିଳାମାନଙ୍କୁ ଚାକିରି ଦେବା ଆଳରେ ଦୁବାଇ ଆଣିଥିଲେ। କିନ୍ତୁ ଏହି ମହିଳାମାନେ ସେଠାରେ ପହଞ୍ଚିବାପରେ ସେମାନଙ୍କୁ ବାର ଡ୍ୟାନ୍‌ସରରେ ବାରଗାର୍ଲ ଭାବେ ନିୟୋଜିତ କରିଥିଲେ।

ଦୁବାଇରେ ଭାରତର କାଉନସିଲ ଜେନେରାଲ୍‌ ବିପୁଳ କହିଛନ୍ତି ଯେ,ଏହି ଚାରି ମହିଳାଙ୍କୁ ଘର ତାମିଲନାଡୁର କୋଏମ୍ବଟୁର ଅଞ୍ଚଳରେ। ସେମାନଙ୍କ ବୟସ ପାଖାପାଖି ୨୦ ବର୍ଷ। ସେମାନେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ୍‌ କଂପାନିରେ ଚାକିରି କରିବାକୁ ଆସିଥିଲେ। ମାତ୍ର ଦୁବାଇରେ ସେମାନଙ୍କୁ ପ୍ରଥମେ ଏକ ଘରେ ବନ୍ଦୀ କରି ରଖାଯାଇଥିଲା ଓ ତା’ପରେ ଡ୍ୟାନ୍‌ସ ବାର୍‌ରେ କାମ କରିବାକୁ ବାଧ୍ୟ କରାଯାଇଥିଲା। ଏଥିରୁ ମୁକୁଳିବା ଲାଗି ସେମାନେ ହ୍ଵାଟ୍‌ସଅପ୍‌ରେ ନିଜ ପରିବାରକୁ ନିବେଦନ କରିଥିଲେ। ଏହାପରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଜ୍ୟମନ୍ତ୍ରୀ ବେଲ୍ଲମ ବେଲି ମୁରଲୀଧରନ୍‌ଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଫଳରେ ଦୁବାଇରୁ ଉଦ୍ଧାର ପାଇ କୋଏମ୍ବଟୁର ଫେରିଲେ ଚାରି ମହିଳା।

By amfnews

Related Post