Tue. Mar 10th, 2026

ଦୁଇ ସପ୍ତାହ ମଧ୍ୟରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣାର ତଦନ୍ତ ସାରିବାକୁ ସିବିଆଇକୁ ନିର୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ

197 Views

ନୂଆଦିଲ୍ଲୀ  :  ଦୁଇ ସପ୍ତାହ ମଧ୍ୟରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ସମ୍ମୁଖୀନ ହୋଇଥିବା ସଡ଼କ ଦୁର୍ଘଟଣାର ତଦନ୍ତ ଶେଷ କରିବାକୁ ସୋମବାର ଦିନ ସୁପ୍ରିମ୍‌ କୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି। ରାସ୍ତା ଦୁର୍ଘଟଣାର ତଦନ୍ତ କରିବାକୁ ସିବିଆଇ ସୁପ୍ରିମ୍‌ କୋର୍ଟଙ୍କୁ ଚାରି ସପ୍ତାହ ସମୟ ଦେବାକୁ ନିବେଦନ କରିଥିଲା।

ରାସ୍ତା ଦୁର୍ଘଟଣାରେ ଆହତ ହୋଇଥିବା ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଓକିଲଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ଦେବାକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୬ ତାରିଖରେ କରାଯିବ। ସମ୍ପ୍ରତି ଦୁଷ୍କର୍ମ ପୀଡ଼ିତା ଗରୁତର ଅବସ୍ଥାରେ ଲକ୍ଷ୍ନୌର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

By amfnews

Related Post