Sat. Mar 7th, 2026

ଦୁଇ ଯୁବକଙ୍କ ମୃତ ଦେହ ଉଦ୍ଧାର, ଜଣଙ୍କୁ ହତ୍ୟା ଏବଂ ଆରଜଣଙ୍କର ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ସନ୍ଦେହ

183 Views

ଧର୍ମଶାଳା: ଆଜି ସକାଳେ ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ଦୁଇଜଣ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଧର୍ମଶାଳା ଥାନାର ଚାନ୍ଦମୋହିନୀ ଗାଁର ମଣ୍ଟୁ ମଲ୍ଲିକ (୩୦)ଙ୍କର ଏକ ମୋଟର ସାଇକେଲ ଗ୍ୟାରେଜ୍ ଅଛି। ସେ ଲୋକଙ୍କଠାରୁ ଧାର ଉଧାର କରି ପ୍ରଚୁର ମଦ୍ୟପାନ କରିଥାନ୍ତି।

ଗତକାଲି ରାତିରେ କେହି ନିଶାସକ୍ତ ଥିବା ବେଳେ କେହି ମଣ୍ଟୁ ମଲ୍ଲିକଙ୍କୁ ପଛପଟୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବାର ସନ୍ଦେହ କରାଯାଉଛି। ତାଙ୍କର ମୁଣ୍ଡ ପଛପଟେ ଗଭୀର କ୍ଷତ ଥିବା ଦେଖିବାର ମିଳିଛି। ଏହାପରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରାତି ପ୍ରାୟ ୧୧ଟା ବେଳକୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ଧର୍ମଶାଳା ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି।

ଅନ୍ୟ ଏକ ଘଟଣାକ୍ରମେ ଗତକାଲି ରାତି ଏଗାରଟା ସମୟରେ ଦେଓଦା ଗାଁର କାଳନ୍ଦୀ ମଲ୍ଲିକ (୩୦) ଯାତ୍ରା ଦେଖିବାକୁ ନିଜର ମୋଟର ସାଇକେଲରେ ଯାଉଥିବା ସମୟରେ କୌଣସି ଅଜଣା ଗାଡ଼ିର ଧକ୍କାରେ ପ୍ରାଣ ହରାଇଥିବାର ସନ୍ଦେହ କରାଯାଉଛି। ଆଜି ସକାଳେ ତାଙ୍କର ତାଙ୍କର ମୃତ ଦେହ ଉତ୍ତର ପ୍ରତାପ ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗାଁ ନିକଟସ୍ଥ ଏକ ବିଲରୁ ଉଦ୍ଧାର କରାଯାଇଛି।

By amfnews

Related Post