391 Views
ଯାଜପୁର,୧୩/୦୬(ସ୍ୱ.ପ୍ର): ଯାଜପୁର ଜିଲ୍ଲାର ବଡଚଣା ବ୍ଲକରେ ଦୁଇ ବିଷଧର ସାପକୁ ବନ ବିଭାଗ ତରଫରୁ ଉଦ୍ଧାର କରାଯାଇଛି । ଦର୍ପଣର ଗାଁ ଭିତରୁ ୪ ଫୁଟରୁ ଉଦ୍ଧ୍ୱର୍ ଲମ୍ବର ଏକ ଚନ୍ଦନ ବୋଡା ଏବଂ ବେଣାପୁରର ଏକ ପରିତ୍ୟକ୍ତ କୂଅରୁ ୪୦ ଫୁଟ ଲମ୍ବର ଏକ ନାଗ ସାପକୁ ଉଦ୍ଧାର କରାଯାଇଛି ।
ଚଣ୍ଡୀଖୋଲ ଫରେଷ୍ଟର ଶଶୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏହି ସାପ ଦ୍ୱୟକୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଛଡା ଯାଇଛି । ପ୍ରବଳ ଗରମ ହେଉଥିବାରୁ ବିଷଧର ସାପମାନେ ଗାଁ ଏବଂ ଘର ଭିତରକୁ ପଶି ଆସୁଛନ୍ତି ।