108 Views
ମୁମ୍ବାଇ, ନଭେମ୍ବର ୨୮: କର୍କଟ ରୋଗର ଶିକାର ହେବା ପରେ କିଛି ମାସ ହେଲାଣି ବଲିଉଡ୍ ଅଭିନେତା ଇରଫାନ୍ ଖାନ୍ ଲଣ୍ଡନରେ ରହି ନିଜର ଚିକିତ୍ସା କରାଉଛନ୍ତି । ଏ ନେଇ ପ୍ରଥମେ ନିଜ ପ୍ରଶଂସକମାନଙ୍କୁ ଟୁିଇଟ୍ କରି ଜଣାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ହଠାତ୍ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମଝିରେ ମଝିରେ ସେ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଖବର ସୋସିଆଲ ମିଡ଼ିଆ ଜରିଆରେ ଜଣାଉଥିବା ବେଳେ ଇତିମଧ୍ୟରେ ସେ କାହାକୁ ନ ଜଣାଇ ସେ ଭାରତ ଆସି ଚାଲି ଯାଇଥିବା ଜାଣିବାକୁ ମିଳିଛି।