Wed. Nov 27th, 2024

ଦୁଇ ତାରିଖରୁ ପୁଣି ବର୍ଷିବ

By amfnews Jul 31, 2019 #Featured
90 Views

ଭୁବନେଶ୍ୱର  : ରାଜ୍ୟରେ ମୌସୁମୀ ବାୟୁ ସ୍ୱାଭାବିକ ରହିଛି। ତାହା ସହିତ ରାଜସ୍ଥାନରୁ ବଙ୍ଗୋପସାଗର ଯାଏ ଏକ ଟ୍ରଫ୍ ଲାଇନ୍ ଲମ୍ବିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି।

ସେ କହିଛନ୍ତି,“ଆସନ୍ତା ୪ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ୨ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଦୁଇ ତାରିଖରେ ଦକ୍ଷିଣ ଓଡ଼ିଶା ଓ ୩ ତାରିଖରେ ଉପକୂଳ ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ।” ସେ ଆହୁରି କହିଛନ୍ତି,“ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ତେବେ ଏହି ଲଘୁଚାପ ନିଅଣ୍ଟିଆ ବର୍ଷା ପରିମାଣକୁ ପୂରଣ କରିବ।”

By amfnews

Related Post