Thu. Jan 23rd, 2025

ଦୁଇ ଡିଏସ୍ପିଙ୍କ ସମେତ ୧୩ ଥାନା ଅଥିକାରୀଙ୍କ ବଦଳି

rklsanchar@gmail.com' By J.N. Pradhan Jun 29, 2018 #Featured
268 Views

ରାଉରକେଲା, ୨୯/୬: ରାଉରକେଲା ପୁଲିସ୍ ଜିଲାରେ କାର୍ଯ୍ୟରତ ୨ ଜଣ ଡିଏସ୍ପିଙ୍କ ସମେତ ୧୩ ଜଣ ଇନିସ୍ପେକ୍ଟରଙ୍କ ବଦଳି ହୋଇଥିବା ଜଣାପଡିଛି । ବଦଳି ଅଧିକାରୀମାନଙ୍କୁ ନୂତନ କାର୍ଯ୍ୟସ୍ଥଳରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ରାହ୍ମଣୀତରଙ୍ଗ ଥାନା ଦାୟିତ୍ୱରେ ଥିବା ଡିଏସ୍ପି ଏସ୍.ଏନ୍. ମୁଦୁଲିଙ୍କୁ ପୁଲିସ୍ ହେଡକ୍ୱାର୍ଟରକୁ ବଦଳି କରାଯାଇଛି ।

ପୂର୍ବରୁ ତାଙ୍କୁ ରଘୁନାଥପାଲୀ ଥାନାକୁ ବଦଳି କରାଯାଇଥିଲା । କିନ୍ତୁ ରଘୁନାଥପାଲୀ ବଦଳରେ ରାଉରକେଲା ପୁଲିସ୍ ମୁଖ୍ୟାଳୟରେ ରହି କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି । ସେକ୍ଟର ଥାନା ଦାୟିତ୍ୱରେ ଥିବା ଡିଏସ୍ପି ପି.କେ. ବାର୍ଲାଙ୍କୁ ହେଡ୍ କ୍ୱାର୍ଟର ବଦଳି କରାଯାଇଥିବା ବେଳେ ଟ୍ରାଫିକ୍ ଇନିସ୍ପେକ୍ଟର ରବି ନାରାୟଣ ପାଢୀଙ୍କୁ ସେଠାରେ ଅବସ୍ଥାପିତ କରାଯାଇଛି । ଲହୁଣୀପଡା ଥାନା ଅଧିକାରୀ ପଦ୍ମାସିନି ମେହେରଙ୍କୁ ଟାଙ୍ଗରପାଲୀ ଥାନାରେ ନୂତନ ନିଯୁକ୍ତି ମିଳିଥିବା ବେଳେ ଟାଙ୍ଗରପାଲୀ ଥାନାରେ କାର୍ଯ୍ୟରତ ଇନିସପେକ୍ଟର ମନୋରଞ୍ଜନ ପ୍ରଧାନଙ୍କୁ ଲହୁଣୀପଡା ଥାନାକୁ ବଦଳି କରାଯାଇଛି । ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଗୁରୁବାରୀ ହେମ୍ବ୍ରମଙ୍କୁ ସେକ୍ଟର-୭ ଥାନାକୁ ବଦଳି କରାଯାଇଥିବା ବେଳେ ସେଠାରେ କାର୍ଯ୍ୟରତ ଥିବା ଇନିସ୍ପେକ୍ଟର ସୂର୍ଯ୍ୟନାରାୟଣ ଦାସଙ୍କୁ କେ-ବଲାଙ୍ଗ ଥାନା ଦାୟିତ୍ୱ ଦିଆଯାଇଛି ।

ବଣେଇ ଥାନା ଅଧିକାରୀ ସଂଗ୍ରାମ କେଶରୀ ବିଶ୍ୱାଳଙ୍କୁ ଉଦିତନଗର ଥାନାରେ ଅବସ୍ଥାପିତ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଛେଣ୍ଡ ଥାନା ଅଧିକାରୀ ଗଗନ ବିହାରୀ ବିଶ୍ୱାଳଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି କୋଇଡା ଥାନା ଅଧିକାରୀ ଅର୍ପିତା ଖଟୁଆଙ୍କୁ ବନ୍ଧମୁଣ୍ଡାରେ ଅବସ୍ଥାପିତ କରାଯାଇଥିବା ବେଳେ ବନ୍ଧମୁଣ୍ଡା ଥାନା ଅଧିକାରୀ ସୁଶାନ୍ତ ଦାସଙ୍କୁ କୋଇଡା ଥାନାକୁ ବଦଳି କରାଯାଇଛି । ପୁଲିସ ମୁଖ୍ୟାଳୟ ଅନ୍ତର୍ଗତ ଆଇୟୁସିଏଡବ୍ଲ୍ୟୁ ଇନିସ୍ପେକ୍ଟର ପୁଷ୍ପାଞ୍ଜଳି ସାମନ୍ତରାୟଙ୍କୁ ଛେଣ୍ଡ ଥାନାକୁ ବଦଳି କରାଯାଇଥିବା ବେଳେ କେ-ବଲାଙ୍ଗ ଥାନା ଅଧିକାରୀ ସୋମନାଥ ଜେନାଙ୍କୁ ରଘୁନାଥପାଲୀ ଥାନା ଦାୟିତ୍ୱ ଦିଆଯାଇଛି ।

ସେହିପରି ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ଜୟନ୍ତ କୁମାର ବେହେରାଙ୍କୁ ମହୁଲପଦା ଥାନାକୁ ବଦଳି କରାଯାଇଥିବା ବେଳେ ଉଦିତନଗର ଥାନା ଅଧିକାରୀ ଦିବ୍ୟକାନ୍ତି ଲାକ୍ରାଙ୍କୁ ପୁଲିସ୍ ମୁଖ୍ୟାଳୟ ସ୍ଥିତ ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି । ଅନୁରୂପ ଭାବେ ରଘୁନାଥପାଲୀ ଥାନା ଅଧିକାରୀ ମାନସ କୁମାର ସ୍ୱାଇଁଙ୍କୁ ବ୍ରାହ୍ମଣୀତରଙ୍ଗ ଥାନାକୁ ବଦଳି କରାଯାଇଥିବା ସୂଚନା ମିଳିଛି ।

Related Post