Sat. Mar 7th, 2026

ଦୁଇଦିନ ତଳେ ଜଣକୁ ମାରିଥିଲା, ଆଜି ପୁଣି ଜଣଙ୍କୁ ଆକ୍ରମଣ କଲା ଦନ୍ତା, ବଢ଼ୁଛି ଅସନ୍ତୋଷ

203 Views

କାମାକ୍ଷାନଗର, ଡିସେମ୍ବର ୧୨ :  ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଅନ୍ତର୍ଗତ କନ୍ଦରସିଙ୍ଗା ବାରାଘରିଆ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତରଭାବେ ଆହତ ହୋଇଛନ୍ତି। ଗତ ଦୁଇଦିନ ତଳେ ହାତୀ ଆକ୍ରମଣରେ ସେହି ଗାଁର ଜଣେ ମହିଳାଙ୍କର  ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣଙ୍କୁ ହାତୀ ଆକ୍ରମଣ କରିବା ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗାଁର ଯୋଗୀ ନାୟକ ଘର ଆଗରେ ବସିଥିବା ବେଳେ ଏକ ଦନ୍ତାହାତୀ ଆକସ୍ମିକ ଭାବେ ଗାଁରେ ପହଞ୍ଚି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ତେବେ ସୌଭାଗ୍ୟକୁ ଗୁରୁତର ଅବସ୍ଥାରେ ଯୋଗୀ ନାୟକ ବଞ୍ଚି ଯାଇଛନ୍ତ। ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ  ଦୁଇଦିନ ତଳେ ସେହି କନ୍ଦରାସିଙ୍ଗା ଗ୍ରାମର ନିରୁପମା ବିଶ୍ୱାଳଙ୍କୁ ହାତୀ ପାଦରେ ଦଳି ମାରି ଦେଇଥିଲା।ଏହାକୁ ନେଇ ସ୍ଥାନୀୟ ଲୋକେ ୬ ଘଣ୍ଟା ରାସ୍ତା ଅବରୋଧ କରିଥିଲେ।

By amfnews

Related Post