Sun. Nov 24th, 2024

ଦୀପିକା ଇସ୍ପାତ ଶିକ୍ଷାସଦନ ଛାତ୍ରୀ ସନ୍ଧ୍ୟା ଦାସଙ୍କ ସମ୍ମାନଜନକ ମେଧାବୃତ୍ତି

By amfnews Sep 4, 2018 #Featured
151 Views

ରାଉରକେଲା, ୪ା୯ : ଆର୍ଏସ୍ପିର ନିଃଶୁଳ୍କ ବିଦ୍ୟାଳୟ ଦୀପିକା ଇସ୍ପାତ ଶିକ୍ଷାସଦନର ୭ମ ଶ୍ରେଣୀ ଛାତ୍ର ସନ୍ଧ୍ୟା ଦାସ ସମ୍ମାନଜନକ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି-୨୦୧୮ ଲାଭର ଗୌରବ ଅର୍ଜନ କରିଛନ୍ତି । ଏହି ଗୌରବ ହାସଲ କରିବାରେ ସେ ବିଦ୍ୟାଳୟର ପ୍ରଥମ ବିଦ୍ୟାର୍ଥୀ । ଉଲ୍ଲେଖନୀୟ ଯେ, ସହରର ଅଗ୍ରଣୀ ଜନହିତୈଷୀ ଅନୁଷ୍ଠାନ ଦୀପିକା ମହିଳା ସଂଘତି ଦ୍ୱାରା ଏହି ବିଦ୍ୟାଳୟ ପରିଚାଳିତ ।

ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ଗଣିତ ପ୍ରତିଭାଧାରୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି-୨୦୧୮ ଆୟୋଜିତ ହୋଇଥିଲା । ସନ୍ଧ୍ୟା ତାଙ୍କ ମାଆ ମୁନ୍ନୀ ଦାସ ସେକ୍ଟର-୫ ସ୍ଥିତ ଗୋଲଘରରେ ଗୋଟିଏ ବଖରାରେ ବାସ କରନ୍ତି । ତାଙ୍କ ମା ଏକ ହୋଟେଲରେ ଶ୍ରମିକ ଭାବେ କାମ କରି ଜୀବିକା ନିର୍ବାହ କରୁଛନ୍ତି । ସନ୍ଧ୍ୟା ଛୋଟ ସମୟରେ ତାଙ୍କ ମାତାପିତାଙ୍କ ବିଚ୍ଛେଦ ହୋଇଥିଲା । କିନ୍ତୁ ଏହି ପରିସ୍ଥିତି ତାଙ୍କ ପାଠପଢା ଲକ୍ଷ୍ୟରୁ ତାଙ୍କୁ ବିଚ୍ୟୁତ କରିପାରି ନଥିଲା ।

ପାଠପଢରେ ଉକ୍ରର୍ଷତା ହାସଲ ସହ ବିଦ୍ୟାଳୟର ଗାଇଡ୍ ଦଳର ସେ ଜଣେ ସକ୍ରିୟ ସଦସ୍ୟା ଅଛନ୍ତି । ରାଉରକେଲା ଇସ୍ପାତ କାରଖାନା, ଦୀପିକା ଇସ୍ପାତ ଶିକ୍ଷାସଦନ ମାଧ୍ୟମରେ ଅବହେଳିତ ବର୍ଗର ଶତାଧିକ ବାଳକ ବାଳିକାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ ସହ ସେମାନଙ୍କୁ ଏକ ଉନ୍ନତତର ଭବିଷ୍ୟତ ଗଢିବାରେ ସର୍ବୋଚ୍ଚ ସହଯୋଗ କରିଆସୁଛି । ସମ୍ପ୍ରତି ଏହି ବିଦ୍ୟାଳୟରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ରତ ଅଛନ୍ତି ।

By amfnews

Related Post