Sun. Jun 8th, 2025

‘ଦିଲ୍‌ ଦିଆ ହେ ଜାନ୍‌ ଭି ଦେଙ୍ଗେ ଏ ତ୍ରିପୁରା ତେରେ ଲିଏ’ ଗାଇ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଳ୍ପବ ଦେବ

By amfnews Nov 19, 2018 #Featured
427 Views

ଅଗରତାଲା: ନିଜର ବିବାଦୀୟ ବୟାନ ପାଇଁ ଖବର ପାଲଟିଥିବା ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଏବେ ତାଙ୍କର ଏକ କୌତୂକିଆ ଆଚରଣ ପାଇଁ ଚର୍ଚ୍ଚା ପାଲଟିଛନ୍ତି। ଲୋକ ଏବେ ବିପ୍ଳବ କୁମାରଙ୍କ କଣ୍ଠସ୍ୱରରେ ପାଗଳ ହେବାକୁ ଲାଗିଲେଣି।

ନିକଟରେ ଅଗରତାଲାରେ ହୋଇଥିବା ଏକ ଉତ୍ସବରେ ଭାରତୀୟ ଜନତା ପାର୍ଟିର ନେତା ‘ଦିଲ୍‌ ଦିଆ ହେ ଜାନ୍‌ ଭି ଦେଙ୍ଗେ ଏ ବତନ ତେରେ ଲିଏ’ ଗାଇ କରି ପ୍ରତିବଦଳରେ ଜନତା କରତାଳି ସାଉଁଟିଛନ୍ତି।

Embedded video
ଏହି ଗୀତଟିକୁ ମୁଖ୍ୟମନ୍ତ୍ରୀ ବିପ୍ଳବ ଅଗରତାଲାରେ ହେଉଥିବା ନର୍ଥ ଇଷ୍ଟ୍‍ ୟୁଥ୍‌ ଫେଷ୍ଟିଭାଲ-୨୦୧୮ରେ ଗାଇଛନ୍ତି। ଲୋକଙ୍କ ଆକର୍ଷଣ କରିବା ପାଇଁ ସେ ଗୀତଟିକୁ ସମାନ୍ୟ ବଦଳାଇ ‘ଦିଲ୍‌ ଦିଆ ହେ ଜାନ୍‌ ଭି ଦେଙ୍ଗେ ଏ ତ୍ରିପୁରା ତେରେ ଲିଏ’ ବୋଲି କରି ଗାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଗୀତ ଶୁଣି ଲୋକଙ୍କ ଖୁସିର ସୀମା ନାହିଁ।

ସେ ସମୟର ଭିଡିଓଟି ଏବେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଘୂରି ବୁଲୁଛି। ଭିଡିଓଟିକୁ ଭାରତୀୟ ଜନତା ଯୁବ ମୋର୍ଚାର ସଦସ୍ୟ ସୋମନାଥ ସାହା ସେୟାର୍‌ କରିଛନ୍ତି।

ତେବେ ପ୍ରସିଦ୍ଧ କଣ୍ଠଶିଳ୍ପି ଅଲ୍‌କା ଅଗ୍ନିଙ୍କ ଅନୁରୋଧ କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଗୀତଟିକୁ ଗାଇଛନ୍ତି ବୋଲି ଶାହା ଲେଖିଛନ୍ତି।

By amfnews

Related Post