Sat. Mar 7th, 2026

ଦିଲ୍ଲୀ: ୪୬ ଛୁଇଁଲା ମୃତ୍ୟୁ ସଂଖ୍ୟା, ପୁଣି ହିଂସାକୁ ଖଣ୍ଡନ କଲା ପୁଲିସ୍‌

167 Views

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀରେ ସଂଘଟିତ ହିଂସାରେ ମୃତ୍ୟୁ ସଂଖ୍ୟା ୪୬ ଛୁଇଁଛି। ଗୋକାଲପୁରୀର କେନାଲରୁ ଏକ ଶବ ମିଳିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଭାଗିରଥୀ ବିହାର କେନାଲରୁ ୨ଟି ଶବ ମିଳିଛି।

ଏହାପୂର୍ବରୁ ଗୁରୁ ତେଗ୍‌ ବାହାଦୂର ହସ୍ପିଟାଲରେ ୩୮ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ୩ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ପୁଲିସ୍‌ ଅଧିକାରୀ ମଧ୍ୟ ଥିଲେ।

ତେବେ ସ୍ଥିତି ସୁଧୁରୁଥିବା ଆକଳନ କରାଯାଉଥିଲେ ହେଁ ଆଜି କିଛି ସ୍ଥାନରେ ହିଂସା ଘଟିଥିବା ଖବର ଆସିଥିଲା। ପରେ ପୁଲିସ୍‌ ଏସବୁକୁ ଖଣ୍ଡନ କରିଛି। ପୁଲିସ୍‌ ଅନୁରୋଧ କରିଛି, ସୋଶାଲ ମିଡିଆରେ ଏଳଭି ଖବର ଭାଇରାଲ କରନ୍ତୁ ନାହିଁ।

ଏହା ପୂର୍ବରୁ ସନ୍ଧ୍ୟାରେ ଦକ୍ଷଣ ପଶ୍ଚିମ ଏବଂ ପଶ୍ଚିମ ଜିଲ୍ଲାଗୁଡ଼ିକରେ ଅଶାନ୍ତ ପରିସ୍ଥିତି ହୋଇଥିବା କିଛି ଲୋକ ଭାଇରାଲ କରୁଥିଲେ। ପୁଲିସ୍‌ କହିଛି ଏସବୁ ଗୁଜବ। ଦିଲ୍ଲୀ ପୁଲିସ୍‌ ଏସବୁ ଉପରେ ନଜର ରଖିଛି ଏବଂ କାର୍ଯ୍ୟାନୁଷ୍ଠାନ ନେବ ବୋଲି କୁହାଯାଇଥିଲା।

ଏଭଳି ଗୁଜବ ପରେ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍‌ ତିଲକ ନଗର, ନାଙ୍ଗଲୋଇ, ସୁରଜମାଲ ଷ୍ଟାଡିଅମ୍‌, ବାଦରପୁର, ତୁଗଲକବାଦ୍‌, ଉତ୍ତମ ନଗର ପଶ୍ଚିମ ଏବଂ ନାୱାଡା ଷ୍ଟାଡିଅମ୍‌ ଆଦିରେ ଏଣ୍ଟ୍ରି ଏବଂ ଏକଜିଟ୍‌ ଗେଟ୍‌ ବନ୍ଦ ରଖିଛି।

By amfnews

Related Post