145 Views
ନୂଆଦିଲ୍ଲୀ, ଫେବୃଆରୀ ୦9 : ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲକିଲାରେ ହୋଇଥିବା ବ୍ୟାପକ ହିଂସା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୀପ ସିଦ୍ଧୁ କୁ ଗିରଫ କରିଛି । ଦିଲ୍ଲୀ ପୋଳିସର ସ୍ପେଶାଲ ସେଲ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି ।ଏହି ହିଂସା ସମଗ୍ର ଦେଶକୁ ଚକିତ କରିଦେଇଥିଲା । ଯେଉଁଥିରେ ଆହତ ହୋଇଥିଲେ ଶତାଧିକ ସୁରକ୍ଷା ବାହିନୀ ।
ହିଂସା ଘଟାଇବା ପରେ ୧୫ ଦିନ ଧରି ଫେରାର ରହିଥିଲା ଦୀପ ସିଦ୍ଧୁ । ଅଭିଯୁକ୍ତକୁ ଧରିବା କିମ୍ବା କୌଣସି ସୂଚନା ଦେବା ପାଇଁ ୧ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲା ପୋଲିସ । ଶେଷରେ ଆଜି ଲାଲ କିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁକୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେସାଲ ସ୍କ୍ବାର୍ଡ ।