Mon. Feb 3rd, 2025

ଦିଲ୍ଲୀ ହିଂସାରେ ରାହୁଳ, ପ୍ରିୟଙ୍କା ଏବଂ ଓଓ୍ଵାସିଙ୍କ ଭୂମିକା ସଂକ୍ରାନ୍ତରେ ପୁଲିସ ଓ ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍‌

By amfnews Feb 28, 2020 #Featured
107 Views

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡ ଉପରେ ଆଗତ ତିନୋଟି ଆବେଦନର ଶୁଣାଣି କରି ଆଜି ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପୁଲିସ, ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଦେଇଛନ୍ତି।

ଏହି ତିନୋଟି ଆବେଦନରୁ ଗୋଟିକରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ର ଏବଂ ଆସାଦୁଦ୍ଦିନ୍‌ ଓଓ୍ଵାସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରାଯାଇଛି। ବିଚାରପତି ଡିଏନ୍‌ ପଟେଲ୍‌ ଓ ସି ହରି ଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନଗୁଡ଼ିକର ଶୁଣାଣି କରିଛନ୍ତି।

ପ୍ରଥମ ଆବେଦନଟି ଆଗତ କରିଥିଲେ ଅଜୟ ଗୌତମ। ‘ସିଏଏ-ବିରୋଧୀ’ ପ୍ରତିବାଦ ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କ ପରିଚୟ ଉପରେ ତଦନ୍ତ କରିବାକୁ ଏଥିରେ ଅନୁରୋଧ କରାଯାଇଛି।

ଅନ୍ୟ ଏକ ଆବେଦନ ଆଗତ କରିଥିଲେ ସଞ୍ଜୀବ କୁମାର। ସମାଜସେବୀ ହର୍ଷ ମନ୍ଦର, ଆର୍‌ଜେ ସାୟେମା, ଅଭିନେତ୍ରୀ ଓ ସମାଜସେବୀ ସ୍ୱରା ଭାସ୍କର ଏବଂ ଅନ୍ୟମାନଙ୍କ ବିରୋଧରେ ସେ ଆବେଦନ କରିଛନ୍ତି। ସରକାରଙ୍କ ବିରୋଧରେ ପ୍ରତିବାଦ କରିବାକୁ ଏମାନେ ‘ପ୍ରତିକ୍ରିୟା ଉଦ୍ରେକକାରୀ’ ଭାଷଣ ଦେଇଥିଲେ ବୋଲି ଏଥିରେ ଦର୍ଶାଯାଇଛି।

ତୃତୀୟ ଆବେଦନଟି ଆଗତ କରିଥିଲେ ବିଜେପି ଲିଗାଲ୍‌ ସେଲ୍‌ ‘ଲୟର୍ସ ଭଏସ୍‌’। ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ର, ଓଓ୍ଵାସିଭ୍ରାତା, ଓ୍ଵାରିସ୍‌ ପଠାନ, ମନୀଷ ସିସୋଦିଆ, ଅମାନତଉଲ୍ଲା ଖାଁ ଏବଂ ମେହମୁଦ୍‌ ପ୍ରଚା ଆଦି ବିଦ୍ୱେଷାତ୍ମକ ଭାଷଣ ଦେଇ ସରକାରଙ୍କ ବିରୋଧରେ ପ୍ରତିବାଦ କରିବାକୁ ଜନତାଙ୍କୁ ମତାଇ ଥିଲେ ବୋଲି ଏଥିରେ ଅଭିଯୋଗ କରାଯାଇଛି।

ଏପ୍ରିଲ୍‌ ୩୦ ତାରିଖ ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

By amfnews

Related Post