104 Views
ନୂଆଦିଲ୍ଲୀ, ଫେବୃଆରୀ 15 : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲଙ୍କ ଝିଅ ହର୍ଷିତା ସପ୍ତାହେ ତଳେ ଅନଲାଇନ୍ ସାଇଟ ଓଏଲଏକ୍ସରେ ସୋଫା ବିକ୍ରି ପାଇଁ ହୋଇଥିବା ଅନଲାଇନ୍ ଠକେଇ ଅଭିଯୋଗରେ ଦିଲ୍ଲୀ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ୩ ଅଭିଯୁକ୍ତ ହେଉଛନ୍ତି- କପିଳ, ମାନଭେନ୍ଦ୍ର ଓ ସଜିଦ । କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର୍ ରହିଛି ।
କପିଳ ଓ ମାନଭେନ୍ଦ୍ରର ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ସଜିଦ ମେୱତର । ମାନଭେନ୍ଦ୍ର ଖୋଲିଥିବା ଥିବା ଏଚଡିଏଫସି ବ୍ୟାଙ୍କ ଆକାଉଣ୍ଟକୁ କପିଳ ପରିଚାଳନା କରେ । ହର୍ଷିତାଙ୍କୁ ଠାରୁ ଠକି ନିଆଯାଇଥିବା ଟଙ୍କାକୁ ସଜିଦଙ୍କ ଆକାଉଣ୍ଟକୁ ପଠାଯାଇଥିଲା ।
ତେବେ ସୁଚନା ଅନୁସାରେ ଗତକିଛି ଦିନ ତଳେ ଅରବିନ୍ଦ୍ର କେଜ୍ରିୱାଲଙ୍କ ଝିଅ ହର୍ଷିତା ଅନଲାଇନ୍ ଠକାମିର ଶିକାର ହୋଇଥିଲେ ଯାହାଫଳରେ କିଛି ଭାବିବା ଆଗରୁ ହର୍ଷିତାଙ୍କ ଆକାଉଣ୍ଟରୁ ୨୦ ହଜାର ଓ ୧୪ ହଜାର କରି ୩୪ ହଜାର ଟଙ୍କା ଲୁଟି ନେଇଥିଲେ ଅଭିଯୁକ୍ତ ।