Sat. Mar 7th, 2026

ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅଜୟ ମାକେନ୍‌ଙ୍କ ଇସ୍ତଫା

284 Views

ନୂଆଦିଲ୍ଲୀ, ଜାନୁଆରୀ ୦୪  : ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ୍‌ ଶୁକ୍ରବାର ଦିନ ଇସ୍ତଫା ଦେଇଛନ୍ତି।ବଡ଼ି ଭୋର୍‌ରୁ ଟୁଇଟି କରି ମାକେନ୍‌ ସହଯୋଗ ନିମନ୍ତେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ, ଦଳର କର୍ମୀମାନଙ୍କୁ ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।

ସେ ସାଂସଦ ଭାବେ ଦୁଇ ଥର ଏବଂ ଦିଲ୍ଲୀ ବିଧାନସଭାର ବିଧାୟକ ଭାବେ ତିନି ଥର ବିଜୟୀ ହୋଇଥିଲେ। ଶିଲା ଦିକ୍ଷିତଙ୍କ ସରକାରରେ ମାକେନ୍‌ ଦିଲ୍ଲୀ ବିଧାନସଭାରେ ବାଚସ୍ପତି ହୋଇଥିଲେ।

୨୦୦୪ ନିର୍ବାଚନରେ ମାକେନ ବିଜେପି ନେତା ଜଗମୋହନଙ୍କୁ ପରାସ୍ତ କରି ୨୦୦୯ ଯାଏଁ ନିର୍ବାଚନ ମଣ୍ଡଳୀକୁ ନିଜ ଅକ୍ତିଆରରେ ରଖିଥିଲେ। ସେ ଗୃହ ବ୍ୟାପାରର ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ।୨୦୧୧ ଏମ୍‌ଏସ୍‌ ଗିଲ୍‌ଙ୍କୁ ହଟାଇ ସେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ।

କିନ୍ତୁ, ୨୦୧୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ମୀନାକ୍ଷି ଲେଖିଙ୍କ ଠାରୁ ପରାଜିତ ହୋଇଥିଲେ। ୨୦୧୫ ଯାଏଁ ସେ କଂଗ୍ରେସର ସାଧାରଣ ସଚିବ ଥିଲେ। ୨୦୧୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ କୌଣସି ଆସନ ନ ପାଇବାରୁ ସେ ଇସ୍ତଫା ଦେଇଥିଲେ।

By amfnews

Related Post