Tue. Dec 24th, 2024

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ସାଂସଦ ଜୁଏଲ ଓରାମ, ପୂର୍ବରୁ କରୋନାରେ ହୋଇଥିଲେ ସଂକ୍ରମିତ

By amfnews Apr 27, 2021 #Featured
114 Views

ନୂଆଦିଲ୍ଲୀ, ଏପ୍ରିଲ ୨୭ : ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସୋମବାର ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲେ ସୁଦ୍ଧା ଅଧିକ ଚିକିତ୍ସା ପାଇଁ ସେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । 

ଏବେ ସେ କରୋନାରେ ଆକ୍ରାନ୍ତ ଅଛନ୍ତି । ଗତ ଏପ୍ରିଲ ୨୪ ତାରିଖ ଦିନ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ହୋମ୍ ଆଇସୋଲେସନ୍ ଥିଲେ ଏହା ପରେ ଭୁବନେଶ୍ୱରରେ ଗୋଟିଏ ଦିନ ଚିକିତ୍ସା ହେବା ପରେ ଗତ କାଲି ସେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ।

ସେ ନିଜେ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇ କହିଛନ୍ତି ଯେ, ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ସେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଓ ଏବେ ସୁସ୍ଥ ଅଛନ୍ତି । ସେ ନିଜେ ତାଙ୍କର କରୋନା ପଜେଟିଭ୍ ନେଇ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର କୋଭିଡ୍ ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଥିଲେ ।

By amfnews

Related Post