Thu. Mar 20th, 2025

ଦିଲ୍ଲୀରେ ଲଜ୍ଜାଜନକ ଘଟଣା , ବଡ଼ଭାଇ ନିଜର ନାବାଳିକା ଭଉଣୀ ସହିତ ଦୁଷ୍କର୍ମ କରି ଗିରଫ ହେଲା

By amfnews Nov 9, 2018 #Featured
253 Views

ନୂଆଦିଲ୍ଲୀ, ନଭେମ୍ବର ୦୯: ଦେଶର ରାଜଧାନୀ ଦିଲ୍ଲୀରେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୧୯ବର୍ଷ ବୟସ୍କ ଯୁବକ ନିଶାସକ୍ତ ହୋଇ ନିଜର ସାନ ଭଉଣୀ ସହିତ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ଫାରୁଖନଗରରେ। ପୁଲିସ ଦୁଷ୍କର୍ମକାରୀ ଯୁବକକୁ ଗିରଫ କରିଛି।
ପୁଲିସର ସୂଚନା ଅନୁଯାୟୀ ଦୀପାବଳି ରାତିରେ ଅଭିଯୁକ୍ତ ଯୁବକ ନିଜ ବାପାଙ୍କ ସହିତ ମିଶି ମଦ ପିଇଥିଲା। ବାପା ଶୋଇବାକୁ ଯିବା ପରେ ଭାଇ ସାନ ଭଉଣୀର କୋଠରୀ ଭିତରକୁ ପଶି ତାସହିତ ଜୋର ଜବରଦସ୍ତି କରି ଦୁଷ୍କର୍ମ କରିଥିଲା। ସାନ ଭଉଣୀ ଦଶମ ଶ୍ରେଣୀର ଛାତ୍ରୀ।

୧୫ ବର୍ଷୀୟା ନାବାଳିକା ପୀଡିତା ସକାଳେ ବାପାଙ୍କୁ ଘଟଣା ସଂପର୍କରେ କହିଲେ। ତା’ପରେ ବାପା ଝିଅକୁ ସାଙ୍ଗରେ ନେଇ ଥାନାରେ ଏତଲା ଦେଲେ। ବାପା ତାଙ୍କର ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କର ସ୍ତ୍ରୀ ମାନସିକ ବିକାରଗ୍ରସ୍ତ ଓ ସେ ଘରୁ ଅନେକ ଦିନ ହେଲା ନିରୁଦ୍ଦିଷ୍ଟ ଅଛନ୍ତି। ତାଙ୍କର ତିନିଟି ଝିଅ ଓ ଗୋଟିଏ ପୁଅ। ତିନି ଝିଅଙ୍କ ଭିତରୁ ପୀଡ଼ିତା ଏକାକୀ ଏକ ଅଲଗା କୋଠରୀରେ ଶୋଇଥିଲା। ସେହି କୋଠରୀକୁ ଯାଇ ପାଡିତା ସହ ଦୁଷ୍କର୍ମ କରିଥିଲା ପୁଅ।


ପୀଡିତାଙ୍କର ଡାକ୍ତରୀ ମାଇନାରୁ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଯାଇଛି। ପୁଲିସ ଥାନାରେ ପୋସ୍କୋ ଆଇନର ଧାରା ୬ ଅନୁଯାୟୀ ଏଫ୍‌ଆଇଆର୍‌ ରୁଜ୍ଜୁ କରାଯାଇଛି। ଦିନ ମଜୁରିଆ ଭାବେ କାମ କରୁଥିବା ଭାଇକୁ ଭଉଣୀ ସହ ଦୁଷ୍କର୍ମ ଅଭିଯୋଗରେ ଗୁରୁବାର ଦି’ପହରରେ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଭାଇ ନିଜର ଦୋଷ ସ୍ୱୀକାର କରିଛି।

By amfnews

Related Post