Mon. Jan 13th, 2025

ଦିଲ୍ଲୀରେ ମାୟା ଅଖିଳେଶଙ୍କ ମଧ୍ୟରେ ଆସନ ଭାଗବଂଟା, ୩୭-୩୭ ଆସନରେ ଲଢିବେ ନିର୍ବାଚନ

By amfnews Jan 5, 2019 #Featured
236 Views

ନୂଆଦିଲ୍ଲୀ, ଜାନୁଆରୀ ୦୫ :  ଲୋକସଭା ନିର୍ବାଚନକୁ ନେଇ ସମସ୍ତ ଦଳ ନିଜ ନିଜ ସ୍ତରରେ ପ୍ରସ୍ତୁତି କରୁଛନ୍ତି । ଏହି ମଧ୍ୟରେ ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ବିଏସପି ସୁପ୍ରିମୋ ମାୟାବତୀ ଏବଂ ସପାର ସୁପ୍ରିମୋ ଅଖିଳେଶ ଯାଦବଙ୍କ ବୈଠକ ହୋଇଥିଲା । ସେମାନଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଆସନ ଭାଗବଂଟା ଶେଷ ହୋଇ ଯାଇଛି । ଏହି ଭାଗବଂଟାରେ ଦୁଇ ଦଳ ୩୭-୩୭ ଆସନରେ ନିଜ ପ୍ରତ୍ୟାଶୀଙ୍କୁ ଓହ୍ଲାଇବେ । ଶେଷରେ ବଳକି ଥିବା ଆସନରୁ ମହାମେଂଟରେ ସାମିଲ ହୋଇଥିବା ଅନ୍ୟ ଦଳଙ୍କୁ ନିର୍ବାଚନ ଲଢିବାକୁ ଅବସର ଦିଆଯିବ ।

ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟା ୬ଟାରେ ମୟାବତୀଙ୍କ ବାସଭବନରେ ସପାର ପ୍ରମୁଖ ଅଖିଳେଶ ଯାଦବ ପହଂଚିଥିଲେ । ସେମାନଙ୍କ ମଧ୍ୟରେ ପାଖାପାଖି ଦୁଇ ଘଂଟା ଧରି ବୈଠକ ଚାଲିଥିଲା । କେଉଁ ଆସନରୁ କେଉଁ ପ୍ରତ୍ୟାଶୀଙ୍କୁ ଓହ୍ଲାଇବା ତାହା ମଧ୍ୟ ଦୁଇ ପ୍ରମୁଖ ନିଷ୍ପତି ନେଇ ସାରିଛନ୍ତି । କୌଣସି ପ୍ରକାରର ବିବାଦ ସୃଷ୍ଟି ନହେବା ପାଇଁ ଦୁଇ ଦଳ ସମାନ ସମାନ ଭାବରେ ପ୍ରତ୍ୟାଶୀ ଓହ୍ଲାଇଛନ୍ତି । ଏତଦ୍ ବ୍ୟତୀତ ମହାମେଂଟରେ ସାମିଲ ହୋଇଥିବା ରାଷ୍ଟ୍ରୀୟ ଲୋକଦଳକୁ ୬ଟି ଆସନରୁ ନିର୍ବାଚନ ଲଢିବା ପାଇଁ ଅବସର ଦିଆଯାଇଛି ।

ତେବେ ଗୌତମବୁଦ୍ଧନଗର ଆସନରୁ ବିଏସପି ଲଢୁଛି । ମାୟାବତୀଙ୍କ ପୈତୃକ ଗ୍ରାମ ବାଦଲପୁର ତାହାର ଅନ୍ତର୍ଗତ । ଗୌତମବୁଦ୍ଧନଗରରେ ନିର୍ବାଚନ ଲଢିବା ପାଇଁ ପାଖାପାଖି ୮ଜଣ ଟିକେଟ ମାଗି ସାରିଛନ୍ତି ।

By amfnews

Related Post