Thu. Dec 26th, 2024

ଦିଲ୍ଲୀରେ ବିଗୁଡୁଛି ବାୟୁ ପ୍ରଦୂଷଣସ୍ଥିତି, ଆଗକୁ ରହିଛି ଦୀପାବଳୀ ଡର

By amfnews Nov 13, 2020 #Featured
144 Views

ନୂଆଦିଲ୍ଲୀ,ନଭେମ୍ବର 13 : ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି  ।  ଶୁକ୍ରବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ବର୍ଗରେ ରେକର୍ଡ କରାଯାଇଛି  ।  ବିଶେଷଜ୍ଞ ତଥା ସରକାରୀ ଏଜେନ୍ସିମାନେ କହିଛନ୍ତି ଯେ ଦୀପାବଳି ରାତିରେ ଦିଲ୍ଲୀର ବାୟୁ ଗୁରୁତର ବର୍ଗରେ ପହଞ୍ଚିପାରେ।  ସରକାରୀ ଏଜେନ୍ସି ଏବଂ ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ ଉତ୍ତର-ପଶ୍ଚିମରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ବର୍ତ୍ତମାନ ପବନ ବୋହୁଛି  ।  ସେଥିପାଇଁ ଆଜି  ସ୍ତରରେ ପରିବର୍ତ୍ତନ ହୋଇଛି। ପ୍ରଦୂଷଣ ସ୍ତର ହ୍ରାସ ପାଇଛି କାରଣ ପବନର ଦିଗ ପରିବର୍ତ୍ତନ ହୋଇଛି  ।  

 ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଶୁକ୍ରବାର ସକାଳେ  ଅନେକ ସ୍ଥାନରେ 344 ଥିବା ରେକର୍ଡ ହୋଇଛି । ଏହାପୂର୍ବରୁ ଗୁରୁବାର ଦିନ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ 314 ଥିଲା  । ବୁଧବାର ଏବଂ ମଙ୍ଗଳବାର ଦିନ ଏହା ଯଥାକ୍ରମେ 344 ଏବଂ 476 ଥିଲା  ।  କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ନଭେମ୍ବର 4 ରୁ ନଭେମ୍ବର 9 ପର୍ଯ୍ୟନ୍ତ ଦିଲ୍ଲୀର ପ୍ରଦୂଷଣ ସ୍ତର କ୍ରମାଗତ 6 ଦିନ ‘ ଅତ୍ୟନ୍ତ ଗୁରୁତର’ ବର୍ଗରେ ରହିଥିଲା  ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଆଇଏମଡି ପକ୍ଷରୁ କୁହାଯାଇଛି ଯେ ପଶ୍ଚିମ ଦିଗରୁ  ପବନର ବେଗ ବୃଦ୍ଧି ହୋଇପାରେ।  ଦିୱାଲୀ ପରେ ଦିଲ୍ଲୀ-ଏନସିଆରରେ ବାୟୁ ର ଗୁଣବତ୍ତା ରେ  ଉନ୍ନତି ଆଣିପାରେ। ରବିବାର ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ମଧ୍ୟ କୁହାଯାଇଛି ।  କିନ୍ତୁ ଏହା ପ୍ରଦୂଷଣ କମ କରିବା ପାଇଁ  ଯଥେଷ୍ଟ କି ନୁହେଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

By amfnews

Related Post