Tue. Dec 24th, 2024

ଦିଲ୍ଲୀରେ ପୁଣି କରୋନାର ଉଗ୍ର ରୂପ: ୭୦ ଦିନ ପରେ ଦିନକରେ ସର୍ବାଧକ ମୃତ୍ୟୁ

By amfnews Sep 27, 2020 #Featured
244 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୭ : ଦେଶର ଅନ୍ୟ ଅଂଚଳ ଭଳି ଦିଲ୍ଲୀରେ ମଧ୍ୟ କରୋନା ଭାଇରସ ମହାମାରୀର ପ୍ରକୋପ ପୁଣି ଥରେ ବଢ଼ିବାରେ ଲାଗିଛି । ଗୋଷ୍ଠୀ ସଂକ୍ରମଣ ଯୋଗୁଁ ଜାତୀୟ ରାଜଧାନୀରେ ଅଧିକ ଲୋକ କରୋନା ସଂକ୍ରମିତ ହେଉଥିବା ଜଣାଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୪୬ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୧୯୩ରେ ପହଂଚିଛି ।

ତଥ୍ୟ ଅନୁସାରେ ଗତ ଜୁଲାଇ ୧୬ରେ କରୋନା ଯୋଗୁଁ ୫୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୪୬ ଜଣଙ୍କର ମୃତ୍ୟୁ ଗତକାଲି ହୋଇଛି । ଦିଲ୍ଲୀରେ ବିଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୩୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୭ ହଜାର ୮୨୨ରେ ପହଂଚିଛି ।

ଦିଲ୍ଲୀରେ କରୋନା ନିୟନ୍ତ୍ରଣ କରିବା ଲାଗି ଶୁକ୍ରବାର ୫୭ ହଜାର ୬୮୮ ଲୋକଙ୍କର ନମୁନା ପରୀକ୍ଷା ହୋଇଛି । ସ୍ୱାସ୍ଥ୍ୟ ବିଭାଗର ଦାବି ଯେ, ବିଗତ ୧୦ ଦିନରେ ଦିଲ୍ଲୀରେ ୫ ଲକ୍ଷରୁ ଅଧିକ ଲୋକଙ୍କର ନମୁନା ପରୀକ୍ଷା କରାଯାଇଛି । ବିଭାଗ କହିବା ଅନୁସାରେ ପ୍ରତିଦିନ ୫୦ ହଜାରରୁ ଅଧିକ ଲୋକଙ୍କର ନମୁନା ସଂଗ୍ରହ ହେଉଛି । ଏପର୍ଯ୍ୟନ୍ତ ୨୩ ଲକ୍ଷ ୯ ହଜାରରୁ ଅଧିକ କରୋନା ଟେଷ୍ଟ ହୋଇସାରିଛି ।

By amfnews

Related Post