118 Views
ନୂଆଦିଲ୍ଲୀ : ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମାଓ ଦମନ ଅପରେସନର ସମୀକ୍ଷା ବୈଠକ ଆରମ୍ଭ ହୋଇଛି । ବୈଠକରେ ମାଓ ପ୍ରବଣ ଅଂଚଳ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଛନ୍ତି । ଏହି ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହ ମନ୍ତ୍ରାଳୟ ଗୁଇନ୍ଦା ବିଭାଗ ଏବଂ ଅର୍ଦ୍ଧ ସାମରିକ ବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇଛନ୍ତି।
ଏଥିସହିତ ହିଁ ବୈଠକରେ ଯେଉଁ ସବୁ ଅଂଚଳମାନଙ୍କରେ ମାଓବାଦୀଙ୍କ ଉପଦ୍ରବ ଅଧିକ ରହିଛି, ସେଠାରେ କମ୍ବିଂ ଅପରେସନ ଜୋରଦାର କରାଯିବା ସହ ଆବଶ୍ୟକୀୟ ପୁଲିସ୍ ଫୋର୍ସ ମୁତୟନ ପାଇଁ ଗୁରୁତ୍ୱ ଦିଆଯିବ । ସେହିଭଳି ନକ୍ସଲଙ୍କ ନିକଟକୁ ଆସୁଥିବା ଅର୍ଥକୁ ବନ୍ଦ କରିବା ଏବଂ ମାଓବାଦୀଙ୍କ ଛାମୁଆ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବୈଠକରେ ଆଲୋଚନା ହେବା ନେଇ ଜଣାପଡିଛି ।