Fri. Dec 27th, 2024

ଦିଲ୍ଲୀରେ କରୋନା: ସୁସ୍ଥତା ହାର ୯୦ ପ୍ରତିଶତ

By amfnews Aug 17, 2020 #Featured
115 Views

ନୂଆଦିଲ୍ଲୀ, ଅଗଷ୍ଟ ୧୭ : ଦିଲ୍ଲୀରେ କ’ଣ କରୋନା ମହାମାରୀ ଧୀରେ ଧୀରେନ ନିୟନ୍ତ୍ରଣକୁ ଆସିପାରିଛି? ସରକାରଙ୍କ ଦାବି ଯେ, ଦିଲ୍ଲୀରେ କରୋନା ଭାଇରସ ଆକ୍ରମଣରୁ ୯୦ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସଂକ୍ରମଣ ଦର ୬.୦୮ରେ ପହଂଚିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦିଲ୍ଲୀରେ କରୋନାରୁ ସୁସ୍ଥ ହୋଇଥିବା ହାର ୯୦.୧୫ ପ୍ରତିଶତ । ଯେତେଲୋକ ଦିଲ୍ଲୀରେ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିଲେ, ଏଥିରୁ ୯୦ ପ୍ରତିଶତରୁ ଅଧିକ ସୁସ୍ଥ ହୋଇଛନ୍ତି । ଦିଲ୍ଲୀରେ କରୋନା ସଂକ୍ରମଣ ଦର ୬.୦୮ ପ୍ରତିଶତରେ ପହଂଚିଛି । ଏବେ କରୋନା ରୋଗୀଙ୍କ ମଧ୍ୟରୁ ୭.୦୯ ପ୍ରତିଶତ ସକ୍ରିୟ ଅଛନ୍ତି । ଦିଲ୍ଲୀରେ କେରାନା ଯୋଗୁଁ ମୃତ୍ୟୁ ଦର ୨.୭୫ ପ୍ରତିଶତ ।

ଦିଲ୍ଲୀ ସରକାରଙ୍କ ତଥ୍ୟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣର ୬୫୨ ନୂଆଁ ପଜିଟିଭ ଆସିଛି । ପୂର୍ବରୁ ଭର୍ତ୍ତି ୧୩୧୦ ଜଣ ଠିକ ହୋଇଛନ୍ତି । ଏହି ସମୟ ମଧ୍ୟରେ କେବଳ ୮ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧ ଲକ୍ଷ ୫୨ ହଜାର ୫୮୦ ହୋଇଛି । ଏଥିରୁ ୧ ଲକ୍ଷ ୩୭ ହଜାର ୫୬୧ ଜଣ ସୁସ୍ଥ ହୋଇଥିବା ବେଳେ ୪୧୯୬ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ଏବେ ୧୦ ହଜାର ୮୨୩ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ହୋମ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୭୬୨ ଜଣ । ଚଳିତ ସପ୍ତାହରେ ୨ୟ ଥର ପାଇଁ ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୧୦ ରୁ କମ ରହିଛି ।

By amfnews

Related Post