ନୂଆଦିଲ୍ଲୀ,ନଭେମ୍ବର 18 : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅସମ୍ଭାଳ ହେଉଛି । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୋଏଡା ପ୍ରଶାସନ ଦିଲ୍ଲୀରୁ ଆସୁଥିବା ଲୋକଙ୍କ ସୀମାରେ ପରୀକ୍ଷା ଆରମ୍ଭ କରିଛି ।
ନୋଏଡା ପ୍ରଶାସନ ଚିଲା ସୀମାରେ ଥିବା DND ଫ୍ଲାଏ ଓଭରରେ ନୋଏଡା ଯାଉଥିବା ଲୋକଙ୍କ ପରୀକ୍ଷା କରୁଛି | ନୋଏଡା ସିଏମଓ ଦୀପକ ଓହ୍ରି କହିଛନ୍ତି, ବର୍ତ୍ତମାନଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଯିବା ଆସିବା ପରୀକ୍ଷା କରାଯିବ । ନୋଏଡାଠାରେ ସଂକ୍ରମଣ ବାହାରୁ ଆସୁଛି କି ନାହିଁ ଯାଞ୍ଚ ପାଇଁ ପରୀକ୍ଷା କରାଯାଉଛି । ଡିଏମଙ୍କ ନିର୍ଦ୍ଦେଶରେ ନୋଏଡା ଦିଲ୍ଲୀ ସୀମାରେ ଏକ ଅନିୟମିତ ଯାଂଚ ଚାଲିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ପାଇବା ପରେ କେଉଁ ପଦକ୍ଷେପ ନିଆଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଡିଏମ୍ କହିଛନ୍ତି ।
ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ ହେଉଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାର ବଢୁଥିବା ମାମଲାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଆବଶ୍ୟକ ହେଲେ ପୁଣି ଲକ ଡାଉନ୍ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି । କେନ୍ଦ୍ରର ଅନୁମତି ବିନା କୌଣସି ଲକ ଡାଉନ୍ ହୋଇପାରିବ ନାହିଁ । ତେଣୁ ପୁଣି ଲକ ଡାଉନ୍ ପାଇଁ ସେ ଏଲଜିଙ୍କୁ ଏକ ପ୍ରସ୍ତାବ ପଠାଇଛନ୍ତି ।