Fri. Dec 27th, 2024

ଦିବ୍ୟାଙ୍ଗ ପିଲାମାନଙ୍କୁ ରେଡକ୍ରସ ପକ୍ଷରୁ ନୂତନ ପୋଷାକ ପ୍ରଦାନ । 

By amfnews Dec 3, 2018 #Featured
211 Views

ଯାଜପୁର ୦୩.୧୨: ଦିବ୍ୟାଙ୍ଗ ମାନେ ଅସହାୟ କିମ୍ବା ସମାଜ ପାଇଁ ବୋଝ ନୁହଁନ୍ତି ସେମାନଙ୍କ ପାଇଁ ସମସ୍ତ ପ୍ରକାର ସହଯୋଗ ରହିଛି । କିନ୍ତୁ ତାହାର ଉପଯୋଗ ସହ ତାହାର ଦକ୍ଷତା ପ୍ରଦର୍ଶନ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ ନିମନ୍ତେ ଉଦ୍ୟମ ଜାରି ରଖିବା ପାଇଁ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଯାଜପୁର ବ୍ଲକ ଝାଲପଡା ପଂଚାୟତର ସାନବାଗସାହି ବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ, ରେଡକ୍ରସ ସୋସାଇଟି ଓ ଜିଲ୍ଲା ଦିବ୍ୟାଙ୍ଗକମିଟି ପକ୍ଷରୁବିଶ୍ୱ ଦିବ୍ୟାଙ୍ଗସପ୍ତାହ ପାଳିତହୋଇଯାଇଛି ।

ଏଥିରେମୁଖ୍ୟ ଅତିଥି ଭାବେବି.ଡି.ଓସୌରଭଚକ୍ରବର୍ତିଯୋଗଦେଇ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ଅନେକ ପ୍ରତିଭାରହିଛି । ତାହାରଉନ୍ନମେଶହେବାଜରୁରୀବୋଲିସୂଚନା ଦେଇଥିଲେ । ସହକାରୀଜିଲ୍ଲାପାଳ ଓ ରେଡକ୍ରସଶାଖାରସମ୍ପାଦକ କୁଳମଣୀ ନାୟକଯୋଗଦେଇ ଦିବ୍ୟାଙ୍କମାନେ ସମାଜର ଏକ ଅଙ୍ଗବୋଲିକହିଥିଲେ । ଜିଲ୍ଲାସାମାଜିକସୁରକ୍ଷା ଅଧିକାରୀଲକ୍ଷ୍ମୀଧର ସାହୁଯୋଗଦେଇ ସେମନାନଙ୍କ ପାଇଁବିବିଧ ସରକାରୀଯୋଜନାସମ୍ପର୍କରେସୂଚନା ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରୁସମାଜସେବୀ ଆଲେକଜାଣ୍ଡେର ଦାସ, ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀସନ୍ତୋଷକୁମାରସେଠୀ ପ୍ରମୁଖଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକଚିତରଂଜନ ବେହେରା ଅଧ୍ୟକ୍ଷତାକରିଥିବାବେଳେ ଦିବ୍ୟାଙ୍କକମିଟିର ଅଧ୍ୟକ୍ଷମଂଟୁ ଦାସସଭାପରିଚାଳନାକରିଥିଲେ । ଏହିକାର୍ଯ୍ୟକ୍ରମରେସରପଂଚ ନିର୍ମଳସାମଲ ଧନ୍ୟବାଦ ଦେଇଥିଲେ । ଦିବ୍ୟାଙ୍ଗ ନୃତ୍ୟଶିଳ୍ପୀସାଗରିକା ପ୍ରିୟଦର୍ଶନୀସାହୁ ଓ ସତ୍ୟବ୍ରତସାହୁ ପ୍ରମୁଖ ମନମୁଗ୍ଧକର ନୃତ୍ୟ ପରିବେଷଣ କରିଥିଲେ ।

By amfnews

Related Post