Mon. Nov 25th, 2024

ଦିନ ଦ୍ୱିପ୍ରହରରେ ବୃଦ୍ଧାଙ୍କ ବେକରୁ ସୁନା ଚେନ ଲୁଟ୍

By amfnews Nov 10, 2018 #Featured
115 Views

ରାଉରକେଲା, ୧୦ା୧୧ : ଲୁଟିଆମାନଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି । ଆଜି ଦିନ ଦ୍ୱିପ୍ରହରରେ ଛେଣ୍ଡ କଲୋନୀ ମୁଖ୍ୟ ରାସ୍ତାରେ ଏହାର ଉଦାହରଣ ଦେଖିବାକୁ ମିଳିଛି । ଜଣେ ୬୭ ବର୍ଷୀୟା ବୃଦ୍ଧା ଲୁଟ୍ର ଶିକାର ହୋଇଛନ୍ତି । ଏ ସମ୍ପର୍କରେ ବୃଦ୍ଧା ଜଣକ ଛେଣ୍ଡ ଥାନାରେ ଅଭିଯୋଗ କରିଛନ୍ତି । ଏଲ୍ସିଆର୍-୩୮୦ରେ ରହୁଛନ୍ତି ମୁନୀ ଦେବୀ ।

ମୁନୀ ଦେବୀ ଛେଣ୍ଡ ମୁଖ୍ୟ ରାସ୍ତାରେ ଚାଲି ଚାଲି ଆର୍ଡିଏ ଜେଜେ ମାର୍କେଟକୁ ସଉଦା କିଣିବାକୁ ଯାଉଥିଲେ । କାଳିଆ ଭେରାଇଟି ନିକଟସ୍ଥ ଗଳି ରାସ୍ତାରେ ସେ ଯାଉଥିବା ବେଳେ ତାଙ୍କ ପଛରେ ଚାଲି ଚାଲି ଯାଉଥିବା ଜଣେ ଯୁବକ ହଠାତ୍ ବୃଦ୍ଧାଙ୍କ ଉପରକୁ ଝାମ୍ପି ପଡ଼ି ବୃଦ୍ଧାଙ୍କ ବେକରୁ ଏକ ସୁନା ଚେନ ଝାମ୍ପି ନେଇଥିଲା । ଏହି ସମୟରେ ମୁନୀ ଦେବୀ ପାଟିକରି ଲୋକଙ୍କୁ ଡାକିଥିଲେ ।

ଯୁବକ ଜଣକ ଦୌଡ଼ି ପଳାଇ କିଛି ଦୂରରେ ମୋଟର ସାଇକେଲରେ ଅପେକ୍ଷା କରି ଥିବା ତା’ର ଜଣେ ସହଯୋଗୀ ସହିତ ଚମ୍ପଟ୍ ମାରିଥିଲା । ଲୁଟ୍ ସୁନା ଚେନ ୧୧ ଗ୍ରାମ ଓଜନ ଥିବା ସୂଚନା ମିଳିଛି । ମାର୍କେଟର ଜଣେ ବ୍ୟବସାୟୀଙ୍କ ସିସି ଟିଭି ଫୁଟେଜ୍ରେ ଲୁଟ୍ର ଦୃଶ୍ୟ ରେକର୍ଡ଼ ହୋଇଛି । ଏ ନେଇ ଛେଣ୍ଡ ଥାନାରେ ଅଭିଯୋଗ ହୋଇଛି ।

ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ଛେଣ୍ଡ କଲୋନୀ ଅଞ୍ଚଳରେ ଲୁଟିଆମାନଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ି ଚାଲିଛି । ଗତମାସରେ ଅନ୍ୟ ଜଣେ ମହିଳା ସକାଳେ ଫୁଲ ତୋଳୁ ଥିବା ବେଳେ ଲୁଟ୍ର ଶିକାର ହୋଇଥିଲେ । ତେଣୁ ଗୋଟିଏ ଗୋଷ୍ଠୀ ଏସବୁ ଲୁଟ୍ ଘଟଣାରେ ସଂପୃକ୍ତ ଥିବା ଅନୁମାନ କରାଯାଉଛି ।

By amfnews

Related Post