Sat. Mar 7th, 2026

ଦିନ ଦି’ପହରରେ କଟା ହେଉଛି ଜଙ୍ଗଲ

268 Views

ବିରିଡି, ଡିସେମ୍ବର ୬: କନ୍ଦରପୁର-ମାଛଗାଁ ରାସ୍ତାର ଅଣଖିଆ-ଅଢଙ୍ଗଗଡ ଅଞ୍ଚଳରେ ରାସ୍ତାର ଉଭୟପାର୍ଶ୍ବରେ ୨୦୧୨-୧୩ ମସିହାରେ ଜିଲ୍ଲା ମୃତ୍ତିକା ସ˚ରକ୍ଷଣ ବିଭାଗ ସହାୟତାରେ ବନୀକରଣ କରାଯାଇଥିଲା। ଅଣଖିଆ-ଅଢଙ୍ଗଗଡ, ବସନ୍ତପୁର-ଅଢଙ୍ଗଗଡ, ଅଢଙ୍ଗଗଡ ମେଡିକାଲ-ଅଢଙ୍ଗଗଡ ମୁସଲିମ ସାହି ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ବରେ ୨ହଜାରରୁ ଅଧିକ ମୂଲ୍ୟବାନ ଚାରାରୋପଣ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ତା’ ଭିତରୁ ୍ଅନେକ ଗଛ ଉଜୁଡି ଯାଇଥିବା ବେଳେ ଯେଉଁଗୁଡ଼ିକ ବଡ଼ ହୋଇଛି ତାହା ଉପ‌େର କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି। ଫଳରେ, ବର୍ତ୍ତମାନ ଉକ୍ତ ରାସ୍ତା ପାର୍ଶ୍ବ ଗ୍ରାମ୍ୟଜଙ୍ଗଲ ସମ୍ପୂର୍ଣ୍ଣ ଉଜୁଡ଼ି ଯିବାକୁ ବସିଛି।

ଗଛଗୁଡିକ ମୋଟା ହେବା ପରେ କାଠ ଲୁଟେରା ତାହାକୁ କାଟି ନେଉଛନ୍ତି। ୟୁକାଲ୍‌ପଟାସ, କରଞ୍ଜ, ଝାଉଁ, ଚାକୁଣ୍ତା ପ୍ରଭୃତି ଗଛଗୁଡିକ କାଟି ନେଇ ଜାଳେଣୀ ଭାବେ ବ୍ୟବହାର କରାଯାଉଛି। ସଂଧ୍ୟା ଓ ରାତି ତ’ ଦୂରର କଥା, ଦୁବୃର୍ତ୍ତମାନେ ଦିନ ଦି’ପହରରେ କାଟି ନେଉଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ଦେଇ ଜଗତସି˚ହପୁରର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯାତାୟତ କରୁଥିଲେ ବି କାଠମାଫିଆମାନେ ସେତିପ୍ରତି ନିଆଯାଉଥିଲେ ବି ଏହାର ପ୍ରତିରୋଧ କରିବା ପାଇଁ ଜଙ୍ଗଲ ଓ ମୃତ୍ତିକା ସ˚ରକ୍ଷଣ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲ୍ଲା ମୃତ୍ତିକା ସ˚ରକ୍ଷଣ ସହକାରୀ ନିର୍ଦ୍ଦେଶକ ଶ୍ରୀକାନ୍ତ କୁମାର ଦାସଙ୍କୁ ଯୋଗାଯୋଗ କରିବାରୁ ଗଛକଟା ସମ୍ପର୍କରେ ସେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ଅନୁସନ୍ଧାନ କଲା ପରେ ଥାନାରେ ଏତଲା ଦିଆଯିବ ବୋଲି ସେ କହିଛନ୍ତି। ରାସ୍ତାପାର୍ଶ୍ବ ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସାଧାରଣରେ ଦାବି ହେଉଛି।

By amfnews

Related Post