Tue. Mar 10th, 2026

ଦିଗପହଣ୍ଡି: ମାଛ ଜାଲରେ ପଡ଼ିଲା କୁମ୍ଭୀର

187 Views

ବ୍ରହ୍ମପୁର/ ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅର୍ନ୍ତଗତ ଗଡ଼ସାମନ୍ତରାପୁର ଗ୍ରାମରେ ଆଜି ଅପରାହ୍‌ଣରେ ମାଛ ଧରିବା ବେଳେ ଜାଲରେ ପଡ଼ିଥିଲା ଏକ କୁମ୍ଭୀର। ଗ୍ରାମବାସୀଙ୍କଠାରୁ ସୂଚନା ପାଇ ବନ ବିଭାଗ କର୍ମଚାରୀ କୁମ୍ଭୀରକୁ ଉଦ୍ଧାର କରି ଘୋଡ଼ାହାଡ଼ ଡ୍ୟାମରେ ଛାଡ଼ିଛନ୍ତି।କୁମ୍ଭୀରଟି ମଗର ପ୍ରଜାତିର ହୋଇଥିବା ବେଳେ ଲମ୍ବ ୪ଫୁଟ୍‌ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗଡ଼ସାମନ୍ତରାପୁର ଗ୍ରାମରେ ଥିବା ଏକ ପୋଖରୀରେ ଆଜି ଅପରାହ୍‌ଣରେ ମାଛ ଧରା ଚାଲିଥିଲା। ଜାଲ ହଠାତ୍‌ ଓଜନିଆ ଲାଗିବାରୁ ଧୀବରମାନେ ଜାଲକୁ ଟାଣି କୂଳକୁ ଆଣିଥିଲେ। ମାଛ ବଦଳରେ ଏଥିରେ ଏକ କୁମ୍ଭୀର ପଡ଼ିଥିଲା। ବନରକ୍ଷୀ ମୁରଲୀଧର ନାୟକ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ଜାଲରେ ପଡ଼ିଥିବା କୁମ୍ଭୀରକୁ ଘୋଡ଼ାହାଡ଼ ଡ୍ୟାମରେ ଛାଡ଼ିଥିଲେ। ସୂଚନାଯୋଗ୍ୟ, ଘୋଡ଼ାହାଡ଼ ଡ୍ୟାମ ମଗର କୁମ୍ଭୀରଙ୍କ ପାଇଁ ପ୍ରସିଦ୍ଧ। ଗତ ବର୍ଷର ଗଣନା ଅନୁଯାୟୀ ଘୋଡ଼ାହାଡ଼ ଡ୍ୟାମରେ ୫୫ଟି ମଗର ପ୍ରଜାତିର କୁମ୍ଭୀର ଅଛନ୍ତି।

By amfnews

Related Post