Wed. Dec 25th, 2024

ଦାରୁ ଫିକ୍ସିଂ ଅଡୁଆ ! ଶିକ୍ଷାବେପାରୀ ସାଂସଦଙ୍କ ଚାପରେ ନବୀନ ଚେପା, ଚର୍ଚ୍ଚାରେ ପୂର୍ବତନ ଆଇନମନ୍ତ୍ରୀ

By amfnews Nov 16, 2018 #Featured
183 Views

ଭୁବନେଶ୍ୱର, 16 ନଭେମ୍ବର :ମହାପ୍ରଭୁ ଜଗନ୍ନାଥଙ୍କ ଦାରୁରେ ଫିକ୍ସିଂ ଅଭିଯୋଗରେ  । ଚର୍ଚ୍ଚାରେ ରହିଛନ୍ତି ଜଣେ ଶିକ୍ଷାବେପାରୀ ସାଂସଦ  । ଏହି ପ୍ରଭାବଶାଳୀ ସାଂସଦଙ୍କ ପକେଟରେ ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦ  । ଏପରି ଏକ ଘଟଣା ଲୋକଲୋଚନକୁ ଆସିବା ପରେ କେବଳେ ଗଣମାଧ୍ୟମରେ ବିବୃତ୍ତି ଦେଇ କାର୍ଯ୍ୟ ସାରିଦେଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି  । ସାମ୍ବାଦିକ ସମ୍ମିଳନୀ, ପ୍ରେସ ରିଲିଜ ଓ ପ୍ରତିକ୍ରିୟାରେ ସେମାନେ ସାରିଦେଇଛନ୍ତି ତାଙ୍କର କାର୍ଯ୍ୟ  । ସେପଟେ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ଆଇନ ମନ୍ତ୍ରୀ ଅରୁଣ ସାହୁ  । ପ୍ରତି ସମୟରେ ତାଙ୍କ ବିରୋଧରେ ବିବାଦ ଆସୁଥିବା ବେଳେ ବିତଣ୍ଡା ଯୁକ୍ତି କରି ରହିଯାଉଛନ୍ତି ଅରୁଣ  । ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି  । ଏପରିକି ଏହି କ୍ଷମତାଶାଳୀ ସାଂସଦଙ୍କ ଚାପରେ ଏବେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏକପ୍ରକାର ଚେପା ହୋଇଯାଇଛନ୍ତି ବୋଲି ଜଗନ୍ନାଥ ପ୍ରେମୀଙ୍କ ମହଲରେ ଆଲୋଚନା ହେଉଛି  ।

ରାଜ୍ୟରେ ଏପରି ସ୍ଥିତି ସୃଷ୍ଟି ହୋଇଛି ଯେ, ମହାପ୍ରଭୁ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ ଖେଳିବାକୁ ପଛାଉ ନାହାନ୍ତି ବିଜେଡି ନେତା  । ଲୋକପ୍ରତିନିଧି ଭାବେ ବିଧାୟକ, ସାଂସଦ ଓ ମନ୍ତ୍ରୀ ପଦରେ ରହି ମଧ୍ୟ ବାରମ୍ବାର ଭୁଲ୍ କରୁଥିବାର ଅଭିଯୋଗ ସେମାନଙ୍କ ବିରୋଧରେ ଆସୁଛି  । ହେଲେ ଏ ପ୍ରସଙ୍ଗରେ ଧୁତରାଷ୍ଟ୍ର ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏପରି ଆରୋପ ଉଠାଇ ସରକାରଙ୍କୁ ସିଧାସଳଖ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ  । ଦେବୀ ସୁଭଦ୍ରାଙ୍କ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ବୟାନ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ରେ ଛିଡା କରିଛି  । ସେପଟେ ଜଣେ ବିଧାୟକ ଓ ସାଂସଦଙ୍କ ବିରୋଧରେ ଏପରି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି  ।

ନବକଳେବର ସମୟରେ ବିଭ୍ରାଟ ହୋଇଥିବା ବେଳେ ସେ ସମୟରେ ସମାଲୋଚନାର ଶିକାର ହୋଇଥିଲେ ସେତେବେଳର ଆଇନମନ୍ତ୍ରୀ ଅରୁଣ ସାହୁ  । ତେବେ ବର୍ତମାନ ଏ ପ୍ରସଙ୍ଗରେ ଆଉ ଜଣେ ନବନିର୍ବାଚିତ ସାଂସଦଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ରାଜ୍ୟରେ ସୃଷ୍ଟି ହୋଇଛି ଆଲୋଡନ । କିଏ ସେହି ସାଂସଦ  । କିଏ ଟଙ୍କା ଦେଇଥିଲା କାହାକୁ ଆଉ କିଏ ନେଇଥିଲା ଟଙ୍କା  । ଏପରି ଅଭିଯୋଗର ସତ୍ୟତା ଅଛିକି ନାହିଁ ଏପରି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଥିବା ବେଳେ କାଠଗଡରେ ଛିଡା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କଲାଣୀ ବିଜେପି  ।ଅନ୍ୟପଟେ ନବକଳେବର ସମୟରେ ଦାରୁ ଚୟନରେ ଫିକ୍ସିଂ ଅଭିଯୋଗ ଆସିବା ପରେ ଜଣେ ଆସୀନ ବିଚାରପତିଙ୍କ ତଦନ୍ତ ଦାବି କରିଛି କଂଗ୍ରେସ  । ଏପରିକି ଏଥିରେ ଜଣେ ନବନିର୍ବାଚିତ ରାଜ୍ୟସଭା ସାଂସଦଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ  । ତେବେ କଥା ଉଠାଇ ଚୁପ୍ ହୋଇ ବସିଛନ୍ତି ବିରୋଧୀ  ।

By amfnews

Related Post