Sat. Mar 7th, 2026

ଦାଦାବଟି ମାଗି ଲୁଟିନେଲେ ୧୨ ହଜାର

279 Views

ପୁରୀ : ଦାଦାବଟି ମାଗି ଅସାମାଜିକ ଯୁବକମାନେ ୧୨ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତାଳବଣିଆ ଥାନା ଅନ୍ତର୍ଗତ ସର୍ବୋଦୟ ନଗରର ଗୋପବନ୍ଧୁ ଲେନ ନିବାସୀ ଶଶୀଭୂଷଣ ନାଥଙ୍କ ଆଶ୍ରମ ଛକ ନିକଟରେ ଏକ ବାଉଁଶ ଗୋଦାମ ରହିଛି। ଶଶୀଭୂଷଣ ନଥିବା ବେଳେ ତାଙ୍କ କର୍ମଚାରୀମାନଙ୍କୁ ରାମଚଣ୍ଡି ସାହି ବାଲି ଉପର ବସ୍ତିର ଲୋକା ନନ୍ଦ ଓ ଅନ୍ୟମାନେ ପହଞ୍ଚି ଦାଦାବଟି ମାଗିଥିଲେ। କର୍ମଚାରୀମାନେ ମନା କରିବାରୁ ଲୋକା ତାଙ୍କ କ୍ୟାସ୍‌ କାଉଣ୍ଟରରୁ ୧୨ ହଜାର ଟଙ୍କା ଲୁଟି ନେଇଥିଲା। ଏ ନେଇ ଶଶୀଭୂଷଣ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି।

By amfnews

Related Post