Fri. Mar 6th, 2026

ଦଶମ ଦିନରେ କୃଷକ ଆନ୍ଦୋଳନ : ଚାଷୀଙ୍କ ସହ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହା

236 Views

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିକଟରେ ପ୍ରଣୟନ କରିଥିବା କୃଷି ଆଇନ ବିରୋଧରେ କୃଷକମାନଙ୍କ ଆନ୍ଦୋଳନ ଦଶମ ଦିନରେ ପହଞ୍ଚିଛି । ଏହାର ସମାଧାନ କରିବା ସହ କୃଷକଙ୍କୁ ବୁଝାଇବା ପାଇଁ ସରକାର ଆଗରୁ ବିଫଳ ହୋଇଥିବା ବେଳେ ଆଜି କୃଷକ ଏବଂ ସରକାରଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଆଜି ଅପରାହ୍ନ ୨ଟାରେ କୃଷକଙ୍କ ସହ ଏକ ବୈଠକ ହେବ। ମୁଁ ଆଶା କରୁଛି ଯେ, କୃଷକମାନେ ସେମାନଙ୍କର ଆନ୍ଦୋଳନ ଶେଷ କରିବେ |

ଅନ୍ୟ ପକ୍ଷରେ କୃଷକଙ୍କ ସହ ବୈଠକ କରିବା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ବୈଠକରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ପହଞ୍ଚିଥିବା ଜଣାପଡ଼ିଛି।

indiatoday

ତେବେ କିସାନ ମହାପଞ୍ଚାୟତର ପ୍ରତିନିଧି ରାମପାଲ ଜାଟ କହିଛନ୍ତି ଯେ, ସରକାର ଏହି ତିନୋଟି କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିବା ଉଚିତ ଏବଂ ଏମଏସପି ଜାରି ରହିବ ବୋଲି ଲିଖିତ ଆକାରରେ ଜଣାଇବା ଉଚିତ। ଯଦି ଆଜିର କଥାବାର୍ତ୍ତାରୁ କୌଣସି ସକାରାତ୍ମକ ଫଳାଫଳ ନ ବାହାରେ, ତେବେ ରାଜସ୍ଥାନର କୃଷକମାନେ ଏନଏଚ-୮ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଏବଂ ଜନ୍ତର ମନ୍ତରରେ ଆନ୍ଦୋଳନ କରିବେ।

By amfnews

Related Post