Sun. Mar 8th, 2026

ଦଳ ବିରୋଧୀ ମନ୍ତବ୍ୟ ପାଇଁ ୨ ନେତା ନିଲମ୍ବିତ।

944 Views

ମାଲକାନଗିରି, ନଭେମ୍ବର,୪: ମାଲକାନଗିରି ଜିଲ୍ଲାରେ ବିଜେଡି ଦଳ ବିରୋଧୀ କାର୍ଯ୍ୟ ଓ ଅସଭ୍ୟ ମନ୍ତବ୍ୟ ଦେଇ ଏବେ ଦୁଇ ଜଣ ନେତା ହରଡ଼ଘଣାରେ।ବିଜେଡି ସମ୍ପାଦକ ପ୍ରଭାକର ପ୍ରଧାନ ଓ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡାଙ୍କୁ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ବିଧାୟକ ମାନସ ମାଡକାମୀ ନିଲମ୍ବିତ କରିବା ସହ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି।
ସଭାପତି ଭାବେ ବାରମ୍ବାର ସେମାନଙ୍କୁ ତାଗିଦ କରିବା ସତ୍ତ୍ୱେ ଦଳର କେତେକ ନେତାମାନେ ଅଶ୍ଳୀଳ ମନ୍ତବ୍ୟ ଦେବାରୁ ଓହରି ନଥିଲେ।ଦଳୀୟ କର୍ମୀଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା ବିଧାୟକ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି।
ଉକ୍ତ ଘଟଣା ପରେ ଜିଲ୍ଲା ଦଳୀୟ ଗୋଷ୍ଠୀ କନ୍ଦଳ ନିମତ୍ରଣ ଦେଉଛି ବୋଲି ବରିଷ୍ଠ ନେତା ମାନେ କହିଛନ୍ତି।କିଛି ଦିନ ପୂର୍ବେ ସଦର ବ୍ଲକ ଅନ୍ତର୍ଗତ ମାର୍କାପାଲି ଠାରେ ବିଜେଡି ମହା ମିଶ୍ରଣ ପର୍ବରେ ପୂର୍ବତନ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା ତାଙ୍କର ୫ ଶହରୁ ଉର୍ଦ୍ଧ୍ବ ସମର୍ଥକ ଓ ଇର୍ମା ପଡିଆମି, ପୁଷ୍ପା ରାଣୀ କବାସି ସମେତ ତାଙ୍କର ଶତାଧିକ କର୍ମକର୍ତ୍ତା ସହ ବିଜେଡି ଦଳରେ ସାମିଲ ହୋଇଥିଲେ।
ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଧାୟକ ପଦ ପାଇଁ ଦଳୀୟ ଟିକେଟ ଦୌଡରେ ସମସ୍ତେ ଆଗୁଆ ରହିବା ପାଇଁ ଚେଷ୍ଟିତ।ଏପରି ସ୍ଥଳେ ୨ ବରିଷ୍ଠ ନେତାଙ୍କୁ ନିଲମ୍ବନ ପରେ ଜିଲ୍ଲା ବିଜେଡି ଦଳରେ କି ପ୍ରଭାବ ପକାଇବ ଖାଲି ଦେଖିବା ବାକି ରହିଲା।

By amfnews

Related Post