Sat. Nov 23rd, 2024

ଦନ୍ତା ର ଆତଙ୍କ ରେ ଆତଙ୍କିତ ଗ୍ରମବାସୀ : ହାତୀ ଆକ୍ରମଣରେ ବାଛୁରୀ ମୃତ, ମଇଁଷି ଆହତ

205 Views

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ ରେ ପୁଣି ମାତିଛିି ଦନ୍ତା । କିଛଦିନ ନିରବତା ପରେ ଗତ ୨୩ ତାରିଖ ରେ   କଙ୍କଡାହାଡ ବ୍ଳକ ଅନ୍ତର୍ଗତ ବାଟଗାଁ ପଞ୍ଚାୟତ ତଣ୍ଡିମୁଣ୍ଡା ରେ ଆତଙ୍କ ସୃଷ୍ଟି କରି  ଶ୍ରିକାନ୍ତ  ସିଂହଙ୍କ  ୩ ବଖରା  ଘର ଭାଙ୍ଗି ଦେଇଥିବାବେଳେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧ ଟା ସମୟରେ ଭୁବନ ବ୍ଳକ ଦିଘି ପଞ୍ଚାୟତର ନୁଆ ମୁଗୁପଦା ରେ ଦନ୍ତା ପଶି ଗୋଟିଏ ବାଛୁରୀ କୁ ମାରିବା ସହ ୨ ଟି ମଇଁଷି କୁ ଆକ୍ରମଣ କରିଥିଲା । ପରେ  ଦିଘିର ହରିଜନ ବସ୍ତି ରେ ପଶି  ତାଣ୍ଡବ ଆରମ୍ଭ କରିଥିଲା ।

ଏହି ତାଣ୍ଡବରୁ କୈଳାଶ ମଳିକଙ୍କ ର ୨ ବଖରା ଘର ଓ ଦେହୁରୀ ସାହିର ନାରାୟଣ ଦେହୁରୀ ଙ୍କ ୧ ବଖରା ଘର ଭାଙ୍ଗି ଦେଇଥିବା ବେଳେ ଏହି ଦୁଇ ପରିିବାରର ଚାଉଳ, ଧାନ ଖାଇବା ସହ ଗୋଟିଏ ସାଇକେଲ ଓ ଶଗଡ କୁ ଭାଙ୍ଗି ଚୁରମାର କରିଦେଇଛି । ଘଟଣାରୁ ପ୍ର୍ରକାଶ ଯେ ଦନ୍ତା ଟି  ବିଳମ୍ବିତ ରାତିରେ ଗ୍ରାମ ମଧ୍ୟକୁ ପଶିଥିଲା । ପ୍ରଥମେ ନୁଆ ମୁଗୁପଦା ରେ ନିଳମଣି ନାୟକ ର ଗୁହାଳ ଭାଙ୍ଗି ତା ମଧ୍ୟରେ ଥିବା ଏକ ବାଛୁରୀ  କୁ ଆକ୍ରମଣ କରି ମାରିଦେଇଥିଲା । ବାଛୁରୀ  କୁ ମାରିବା ପରେ ଦନ୍ତା ଟି ଆହୁରି ଉଗ୍ର ହୋଇଯାଇଥିଲା । ହରିଜନ ବସ୍ତି ଆଡକୁ ଯାଉଥିବା ସମୟରେ ଗା ମୁଣ୍ଡରେ ୨ଟି ମଇଁଷି କୁ ଆକ୍ରମଣ କରିଥିଲା ।

ମଇଁଷି ର ଗୋଡରେ ଦାନ୍ତ ପୁରାଇ ଦେଇଥିବା ବେଳେ ପ୍ରାଣ ବିକଳରେ ମଇଁଷି ଦୁଇଟି ଦୌଡି ପଳାଇଥିଲେ  । ଏତିକି ରେ ଶାନ୍ତ ପଡିନଥିଲା ଦନ୍ତା । ହରିଜନ ବସ୍ତିରେ ପଶି କୈଳାଶ  ପରିବାର ସହ ଶୋଇଥିବା ସମୟରେ ଦନ୍ତା   ପଛପଟୁ ଭାଙ୍ଗି ଘରେ ପଶିଥିଲା  । ଘରଭାଙ୍ଗିବାର ଶବ୍ଦ ଶୁଣି କୈଳାଶ ଓ ତାର ପରିବାର ପ୍ରାଣ ବିକଳରେ ଘରୁ ବାହାରି ଦୌଡି ପଳାଇ ଯାଇଥିବାବେଳେ ହାତୀ ଘର ଭିତରେ ପଶି ୬ କ୍ୟୁଣ୍ଟାଲ ଧାନ ଖାଇଯିବା ସହ ମୋଟ ୨ ବଖରା ଘର ଭାଙ୍ଗିଦେଇଥିବା ଜଣାପଡିଛି । ସେହିପରି ଦେହୁରୀ ସାହିର ନାରାୟଣ ଦେହୁରୀ ଙ୍କ ଘରର ସାମନା ପଟୁ ଭାଙ୍ଗି ଦେଇଥିବା ବେଳେ ପିଣ୍ଡାରେ ଥିବା ସାଇକେଲ କୁ  ଭାଙ୍ଗି ନଷ୍ଟ କରି ଦେଇଥିଲା ।

ପରେ ଦାଣ୍ଡରେ ଥିବା ଏକ ଶଗଡ କୁ ଶୁଣ୍ଢ ରେ ଟେକି ଫୋପାଡି ଦେଇଥିଲା ।  ଦନ୍ତାର ଆତଙ୍କରେ ଆତଙ୍କିତ ଗ୍ରମବାସୀ ବନ କର୍ମଚାରୀ  ଙ୍କୁ ଫୋନ ଯୋଗେ ଜଣାଇବା ପରେ ଫରେଷ୍ଟର ବିପିନ ବିହାରୀ ତୁଙ୍ଗ ଓ କିଛି କର୍ମଚାରୀ ଦନ୍ତାକୁ ଘଉଡାଇବାକୁ ଚେଷ୍ଟାକରି ଦୀର୍ଘ ୩ ଘଣ୍ଟା ପରେ ଶେଷରେ ସଫଳ ହୋଇଥିଲେ । ଗତ କିଛି ବର୍ଷ ହେବ ଏହି ଦନ୍ତା ହାତୀ ଟି ଗାଁ ଅଭିମୁଖେ ହୋଇ ଅନେକ ଧନ ଜୀବନ ନଷ୍ଟ କରିଥିଲେ ମଧ୍ୟ ବନବିଭାଗ ତାକୁ ରୋକିବା ରେ ସଫଳ ହୋଇ ପାରୁନାହିଁ । ଫସଲ ଅମଳ ସମୟରେ ହାତୀ ମାନଙ୍କର ଉପଦ୍ର୍ରବରେ ଚାଷିମାନଙ୍କର ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ବନବିଭାଗ ର କ୍ଷତିପୂରଣ ସମୁଦ୍ରକୁ ଶଙ୍ଖେ ଭଳି ।

ଏପର୍ଯ୍ୟନ୍ତ ବହୁ ଚାଷି ତାଙ୍କ କ୍ଷତିର ଭରଣା ପାଇନଥିବାର ଅଭିଯୋଗ ହେଉଛି । ଏବେ ଫସଲ ଅମଳ ସରିଯାଇଥିବାରୁ ଦନ୍ତା ଟି ଖାଦ୍ୟ ଅନେଶ୍ୱଣରେ ଗାଁ ଅଭିମୁଖେ ଯାଇ ଘର ଭିତରେ ରଖିଥିବା ଧାନ,ବିରି.ମୁଗ ଖାଇବାକୁ  ଘରଭାଙ୍ଗି ଦେଉଥିବାର ଅଭିଯୋଗ ହୋଇଛି । ବୁଧବାର ସକାଳେ ଫରେଷ୍ଟର  ବିପିନ ବିହାରୀ ତୁଙ୍ଗ  ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି । ଏହି ଦନ୍ତାକୁ ଧରି ନନ୍ଦନକାନନ ରେ ଛାଡିବାକୁ ଅନେକ ଦିନରୁ ଦାବି କରାଯାଉଥିଲେ ମଧ୍ୟ ତାକୁ ଧରିବାରେ

ବନବିଭାଗ ସମ୍ପୂଣ୍ଣ ବିଫଳ ହୋଇଛି । ଦେଖିବକୁ ବାକି ରହିଲା ବନ ବିଭାଗ  ହାତୀ ଧରିବାରେ କେବେ ସଫଳ ହେଉଛି ।

Related Post