Wed. Mar 11th, 2026

ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ

129 Views

କେନ୍ଦୁଝର : ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଭୂୟାଁ ଜୁଆଙ୍ଗ ପିଢ଼ ବିଜେପି ରେଞ୍ଜ୍‌ ଅନ୍ତର୍ଗତ ଫୁଲଝର ପଞ୍ଚାୟତ ଶଙ୍କାରୀ ଗ୍ରାମର ଜଣେ ଲୋକକୁ ଗୋଟାଏ ଦନ୍ତାହାତୀ ମାରି ପକାଇଛି।

ମୃତବ୍ୟକ୍ତି ହେଉଛନ୍ତି ବିନୋଦ ଦେହୁରି। ରାତିରେ ସେ ଘରୁ ବାହାରକୁ ଯାଇଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଗୋଠଛଡ଼ା ଦନ୍ତାହାତୀ ତାଙ୍କୁ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ ଘଟିଥିଲା।ଏ ଅଞ୍ଚଳରେ ହାତୀମାନଙ୍କ ଉପଦ୍ରବରେ ଗତ କିଛି ଦିନ ହେବ ପ୍ରାୟ ସାତ ଆଠ ଜଣ ଲୋକ ପ୍ରାଣ ହରାଇଲେଣି। ବନ ବିଭାଗ କୌଣସି ପ୍ରତିକାର କରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକେ ଖୁବ୍‌ ଆତଙ୍କିତ ହୋଇ ଚଳପ୍ରଚଳ କରୁଛନ୍ତି।

By amfnews

Related Post