Sat. Mar 7th, 2026

ଦକ୍ଷିଣ ଭାରତର ଏହି ରାଜ୍ୟରେ ଶିଶୁକନ୍ୟାଙ୍କ ସଂଖ୍ୟା ହ୍ରାସ ପାଉଛି

257 Views

ନୂଆଦିଲ୍ଲୀ ,ଜାନୁଆରୀ ୨୮ : ଭାରତରେ ଲିଙ୍ଗ ଅନୁପାତରେ ଅସମାନତାର କଥା ଯେତେବେଳେ ବି ହୋଇଥାଏ,ସେତେବେଳେ ସାଧାରଣତଃ ପଞ୍ଜାବ ଓ ହରିଆନା ଭଳି ରାଜ୍ୟର କଥା ମନେ ପଡ଼େ। କିନ୍ତୁ ୨୦୦୭ରୁ ୨୦୧୬ ମଧ୍ୟରେ ଯେଉଁ ଗଣନା ହୋଇଛି,ସେଥିରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ସମୟରେ ଦକ୍ଷିଣ ଭାରତର ଅଧିକାଂଶ ରାଜ୍ୟରେ ଲିଙ୍ଗ ଅନୁପାତରେ ଚିନ୍ତାଜନକଭାବେ ହ୍ରାସ ଘଟିଛି। ଦକ୍ଷିଣ ଭାରତର ଏହି ରାଜ୍ୟରେ ଶିଶୁକନ୍ୟାଙ୍କ ସଂଖ୍ୟା ହ୍ରାସ ପାଉଛି ।
ଦକ୍ଷିଣ ଭାରତର କେବଳ କେରଳ ରାଜ୍ୟରେ ଲିଙ୍ଗ ଅନୁପାତରେ ବିଶେଷ ଉଦବେଗଜନକ ନୁହେଁ। ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ପକ୍ଷରୁ ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନରେ ବାଳ ଲିଙ୍ଗ ଅନୁପାତ ସବୁଠାରୁ ରାଜ୍ୟରେ ୧୦୦୦ ବାଳକଙ୍କ ତୁଳନାରେ ୮୦୬ ଜଣ ହେଉଛନ୍ତି ଝିଅ। ତାମିଲନାଡୁର ୯୩୫ ବାଳକଙ୍କ ତୁଳନାରେ ଝିଅ ହେଉଛନ୍ତି ୮୪୦। ଆନ୍ଧ୍ର ପ୍ରଦେଶର ଆଗେ ୧୦୦୦ ବାଳକଙ୍କ ସହ ୯୩୫ ଝିଅ ଥିଲେ। ହେଲେ ଏବେ ଏହାର ସଂଖ୍ୟା ୮୦୬କୁ ଖସିଯାଇଛି।

By amfnews

Related Post