Sat. Mar 7th, 2026

ଦକ୍ଷିଣ କୋରିଆରେ ଆଉ ୧୪୨ଜଣ କରୋନାଭାଇରସ୍‌ରେ ଆକ୍ରାନ୍ତ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୬

215 Views

ସିଓଲ: ଦକ୍ଷିଣ କୋରିଆରେ ଆଉ ୧୪୨ଜଣ ବ୍ୟକ୍ତି କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ସମଗ୍ର କୋରିଆରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୪୬ରେ ପହଞ୍ଚିଛି। ଶନିବାର ସକାଳେ ଦକ୍ଷିଣ କୋରିଆ ଏ ସଂକ୍ରାନ୍ତରେ ରିପୋର୍ଟ କରିଛି।

ଏହାଛଡ଼ା କରୋନାଭାଇରସ୍‌ରେ ଆକ୍ରାନ୍ତ ଅନ୍ୟ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ କରୋନାଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୨ ହୋଇଥିବା କୁହାଯାଉଛି।

କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ନୂଆ ରୋଗୀମାନଙ୍କ ମଧ୍ୟରୁ ୯୨ଜଣ ଚେଓଙ୍ଗଡ଼ୋ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କଥା ଏକ ବିବୃତିରେ ‘କୋରିଆ ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌’ କହିଛି।

ଯଦି ଭୂତାଣୁ ସଂକ୍ରମଣ ବଢ଼ିଚାଲେ, ତେବେ ଦେଶ ଜରୁରୀ ପରିସ୍ଥିତି ଜାରି କରିବ ବୋଲି ପ୍ରଧାନମନ୍ତ୍ରୀ ଚଙ୍ଗ୍‌ ସାଏ-କ୍ୟୁନ୍‌ କହିଛନ୍ତି।

କୋରିଆର ଦକ୍ଷିଣ-ପୂର୍ବ ସହର ଡାଏଗୁ ହେଉଛି ସେଠାକାର କରୋନାଭାଇରସ୍‌ ସଂକ୍ରମଣର କେନ୍ଦ୍ରସ୍ଥଳ। ସେଠାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ସେଠାରେ ଥିବା ସିଙ୍ଗ୍‌ଚେଓଞ୍ଜି ଚର୍ଚ ଅଫ୍‌ ଜେସସ୍‌ କରୋନାଭାଇରସ୍‌ ସଂକ୍ରମଣସ୍ଥଳୀ ପାଲଟିଛି। ଚର୍ଚର ୪, ୪୦୦ ଜଣ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୦୦ ଜଣଙ୍କ ଠାରେ ଜ୍ୱର ଭଳି ଲକ୍ଷଣ ଦେଖାଯାଇଛି।

By amfnews

Related Post