131 Views
ହାଇଦ୍ରାବାଦ, ନଭେମ୍ବର ୦୬ : ତେଲେଙ୍ଗାନାରେ ରାଜନୈତିକ ସଙ୍ଘର୍ଷରେ ଟିଆରଏସ୍ ନେତା ନାରାୟଣ ରେଡ୍ଡୀଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏହି ଘଟଣା ବିକରାବାଦ ଜିଲ୍ଲାର ସୁଲତାନପୁର ଗ୍ରାମରେ ଘଟିଛି । ଏହି ଖବର ଆସିବା ପରେ ନାରାୟଣଙ୍କ ସମର୍ଥକ ଉଗ୍ର ରୂପ ଧାରଣ କରିଥିଲେ ଏବଂ ଦୁଇ ଜଣ କଂଗ୍ରେସ କର୍ମୀଙ୍କୁ ଦାୟୀ କରି ନିସ୍ତୁକ ମାଡ ମାରିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଂଚି ନାରାୟଣଙ୍କ ଶବ ଉଦ୍ଧାର କରିଛି ଏବଂ ଆହାତଙ୍କର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବା କାରଣରୁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରିଛି ।
ସ୍ଥାନୀୟ ସୂଚନା ମୁତାବକ, ରବିବାର ଦିନ ନାରାୟଣ ଏବଂ ତାଙ୍କ ପ୍ରତିଦ୍ୱନ୍ଦୀ ସମୂହଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଫଳରେ ପ୍ରତିଦ୍ୱନ୍ଦୀମାନେ ପ୍ରତିଶୋଧ ନେବାକୁ ଯାଇ ଟିଆରଏସ୍ ନେତାଙ୍କ ହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି । ସେଠାରେ ମାହୋଲ ଗରମ ଥିବା କାରଣରୁ ବହୁ ସଂଖ୍ୟାରେ ପୁଲିସକର୍ମୀଙ୍କୁ ନିଯୁକ୍ତି କରା ଯାଇଛି ।