Fri. Dec 27th, 2024

ତେଜସ୍ୱୀ ଯାଦବ ଟୁଇଟ କରି କହିଲେ ରାଜନୀତିରୁ ଦୂରେଇ ରହିବାର ଅସଲ କାରଣ

By amfnews Jun 29, 2019 #Featured
131 Views

ପାଟନା : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ତେଜସ୍ୱୀ ଯାଦବ କିଛି ଦିନ ହେବ ଗାଏବ ହୋଇଯାଇଥିଲେ। ତାଙ୍କର କିଛି ଖୋଜଖବର ମିଳି ନଥିଲା। ଏହାକୁ ନେଇ ନାନା କଥା ଶୁଣିବାକୁ ମିଳୁଥିଲା। ବିଶେଷକରି ଲୋକସଭା ନିର୍ବାଚନରେ ଆଜେଡି ଗୋଟିଏ ବି ଆସନରେ ଜିତି ପାରି ନଥିବାରୁ ଏଭଳି ଚର୍ଚ୍ଚା ହେବା ସ୍ବାଭାବିକ ଥିଲା। ତେବେ ସେ ଆଜି ସକାଳେ ଟୁଇଟ୍‌ କରି ପୁଣି ଥରେ ଚର୍ଚ୍ଚାର ବିଷୟ ହୋଇଛନ୍ତି।

Tejashwi Yadav

@yadavtejashwi

Friends! For last few weeks I was busy undergoing treatment for my long delayed ligament & ACL injury. However, I’m amused to see political opponents as well as a section of media cooking up spicy stories.

ସେ ଲେଖିଛନ୍ତି ‘ଲିଗାମେଣ୍ଟ ଓ ଏସିଏଲରେ ଆଘାତ ଲାଗିଥିଲା। ସେ ଏହାର ଚିକିତ୍ସାରେ ବ୍ୟସ୍ତ ଥିଲେ।ଏଥିପାଇଁ କିଛି ସପ୍ତାହ ଧରି ରାଜନୀତିରୁ ଦୂରେଇ ରହିଥିଲି। ହେଲେ ମୋର ରାଜନୈତିକ ଲଢ଼େଇ ଜାରି ରହିବ ।ଯେଉଁମାନେ ସମାଜବାଦୀ-ଧର୍ମନିରପେକ୍ଷର ବିକଳ୍ପ ଖୋଜୁଛନ୍ତି ମୁଁ ସେମାନଙ୍କୁ ଆଶ୍ବାସନା ଦେବକୁ ଚାହେଁ କି ଏ ଲଢ଼େଇ ଜାରି ରହିବ।’ ଏଠାରେ ସ୍ମରଣଯୋଗ୍ୟ ଯେ ତେଜସ୍ୱୀ ଯାଦବଙ୍କ ଅନୁପସ୍ଥିତି ସମୟରେ ବଡ଼ଭାଇ ତେଜ  ପ୍ରତାପ  ତେଜସେନା ନାଆଁରେ ଏକ ସଂଗଠନ କରି ଚହଳ ଖେଳାଇଛନ୍ତି।

By amfnews

Related Post