Tue. Nov 5th, 2024

ତୃତୀୟ ଦିନିକିଆରେ ୭ ଉଇକେଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ଭାରତ, ହାତେଇଲା ସିରିଜ୍

By amfnews Jan 28, 2019 #Featured
138 Views

ମାଉଣ୍ଟ ମାଙ୍ଗାନୁଇ  ,ଜାନୁଆରୀ ୨୮: ମାଉଣ୍ଟ ମାଙ୍ଗାନୁଇ ବେ ଓଭାଲରେ ଚାଲିଥିବା ଭାରତ- ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆରେ ଭାରତ ୭ ଉଇକେଟରେ ନ୍ୟୁଜିଲ୍ୟାଣ୍ଡକୁ ପରାଜିତ କରି ୩-୦ରେ ସିରିଜ ବିଜୟୀ ହୋଇଛି। ୨୪୪ ରନର ବିଜୟ ଲକ୍ଷ୍ୟ ନେଇ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରିଥଲା। ମାତ୍ର ୩ ଉଇକେଟ ହରାଇ ଭାରତ ଲକ୍ଷ୍ୟ ହାସଲ କରିଥିଲା।

ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇ ୪୯ ଓଭରରେ ୨୪୩ ରନ୍ କରି ଅଲ୍-ଆଉଟ୍ ହୋଇଥିଲା । ଭାରତ ସାମ୍ନାରେ ୨୪୪ ରନର ବିଜୟ ଲକ୍ଷ୍ୟ ରଖିଥିଲା ନ୍ୟୁଜିଲ୍ୟାଣ୍ଡ।

ସିରିଜରେ ୨-୦ରେ ପଛୁଆ ଥିବା ନ୍ୟୁଜିଲ୍ୟାଣ୍ଡ ଦଳ ଏହି ମ୍ୟାଚ୍ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇ ଥିଲା। ମାତ୍ର ଭାରତୀୟ ବୋଲର୍ ନ୍ୟୁଜିଲ୍ୟାଣ୍ଡକୁ ଆରମ୍ଭରୁ ଝଟକା ଦେଇଥିଲେ । ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଉଇକେଟ୍ ନେଇଥିବା ବେଳେ ମହମ୍ମଦ ସାମୀ ୩ଟି ଉଇକେଟ୍ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ରସ ଟେଲର (୯୩) ଓ ଟମ୍ ଲଥାମ (୫୧)ଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ୟାଟସମ୍ୟାନ୍ କ୍ରିଜରେ ତିଷ୍ଠି ରହି ପାରି ନ ଥିଲେ। ଫଳରେ ନ୍ୟୁଜିଲ୍ୟାଣ୍ଡ ୨୪୩ ରନ୍ କରି ଅଲ୍-ଆଉଟ୍ ହୋଇଥିଲା।

ଅନ୍ୟପକ୍ଷରେ ଏକ ଟିଭି ସୋ’ରେ ବିବାଦୀୟ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ପାଣ୍ଡ୍ୟା ତୃତୀୟ ଦିନିକିଆରେ ଦଳରେ ସାମିଲ ହୋଇ ଭଲ ପ୍ରଦର୍ଶନ (୨/୪୫) କରିଛନ୍ତି। ସେହିପରି ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି ଓ ତାଙ୍କ ସ୍ଥାନରେ ୱିକେଟ୍ ରକ୍ଷଣ କରୁଛନ୍ତି ଦିନେଶ କାର୍ତ୍ତିକ ।

By amfnews

Related Post