Sat. Mar 7th, 2026

ତୁଳାବତୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

266 Views

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୈଦଲପୁର ପଞ୍ଚାୟତର ଗୁଜମାପଦର ଗ୍ରାମରେ ଗତ ମଙ୍ଗଳବାର ରାତିରେ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦାନୁ ସାନ୍ତା (୩୫)କୁ ଆଜି ପୁଲିସ ଗିରଫ କରିଥିବା ଜଣାଯାଇଛି l

ମିଳିଥିବା ସୂଚନା ଅନୁସାରେ, ଗୁଣି ଗାରେଡି ସନ୍ଦେହ କରି ତୁଳାବତୀଙ୍କୁ ରାତି ୧୧ଟା ରେ ଘରୁ ଘୋଷାଡ଼ି ଆଣି ଜୁଆଳି ରେ ପିଟି ପିଟି ହତ୍ୟା କରିଥିବା ଦାନୁ ସାନ୍ତାକୁ ଶନିବାର ଦିନ ସକାଳ ୬ଟା ରେ ଗ୍ରାମବାସୀ ଧରି ପୁଲିସକୁ ଫୋନ କରିଥିଲେ l ପୁଲିସ ସେଠାକୁ ଯାଇ ତାକୁ ଗିରଫ କରିଥିଲା

ହତ୍ୟା କରିବା ପରେ ଦାନୁ ଆତ୍ମସମର୍ପଣ କରିବାକୁ ଯାଉଥିବା ବେଳେ ନିଜେ ଡରି ଗତ ଦୁଇ ରାତି ମୈଦଲପୁର ନିକଟସ୍ଥ ନୀଳାଦ୍ରିଗୁଡ଼ା ବଙ୍ଗଳାରେ ଲୁଚି ରହିଥିବା ନେଇ ତାଙ୍କ ସାନ ଭାଇ ଅର୍ଜୁନ ସାନ୍ତା (୩୩) ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ପୁଲିସ ଅଭିଯୁକ୍ତ ଦାନୁ ସାନ୍ତାକୁ କୋର୍ଟଚାଲାଣ କରିଥିବା ଜଣାଯାଇଛି।

By amfnews

Related Post