Sun. Jun 8th, 2025

ତୁର୍କୀ ଯିବେନି ମୋଦି, କଶ୍ମୀରକୁ ନେଇ ଏହି ଦେଶ ରଖିଥିଲା ଭାରତ ବିରୋଧୀ ଭାଷଣ

By amfnews Oct 20, 2019 #Featured
201 Views

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ ତୁର୍କୀ ଗସ୍ତ ସ୍ଥଗିତ ରଖିଛନ୍ତି ଭାରତ ସରକାର। ଗତ ମାସରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ତୁର୍କୀ ରାଷ୍ଟ୍ରପତି ରେସିପ୍‌ ଟାୟିପ୍‌ ଏର୍ଡୋଗାନ୍‌ ଜାତିସଂଘ ସୁରକ୍ଷା ପରିଷଦରେ ଦେଇଥିବା ଭାଷଣକୁ ନେଇ ଭାରତ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ମୋଦି ବର୍ଷ ଶେଷରେ ଆଉ ତୁର୍କୀ ଯିବେନି। ସୂଚନାଯୋଗ୍ୟ ଯେ, ଗତ ଜୁନ୍‌ରେ ଓସାକାଠାରେ ଏର୍ଡୋଗାନ୍‌ଙ୍କୁ ମୋଦି ଭେଟିବା ସହ ତୁର୍କୀ ଯିବେ ବୋଲି କଥା ଦେଇଥିଲେ। ଏଥିସହିତ ତୁର୍କୀ ସହ ହେବାକୁ ଥିବା ଏକ ଯୁଦ୍ଧଜାହଜ ଚୁକ୍ତି ମଧ୍ୟ ଆଉ ବାସ୍ତବ ରୂପ ନେବା ନେଇ ଆଶଙ୍କା ପ୍ରକାଶ ପାଇଛି। କଶ୍ମୀର ପ୍ରସଙ୍ଗରେ ହିଁ ଏହି ଚୁକ୍ତି ପ୍ରଭାବିତ ହୋଇଥିବା କୁହାଯାଉଛି। ଏହି ଚୁକ୍ତି ଯୋଗେ ଭାରତୀୟ ନୌବାହିନୀ ପାଇଁ ତୁର୍କୀ ଯୁଦ୍ଧଜାହାଜ ନିର୍ମାଣ କରିଥା’ନ୍ତା।

ମୋଦିଙ୍କର ଏହି ଗସ୍ତ ନେଇ ପୂର୍ବରୁ କୌଣସି ଆଲୋଚନା ହୋଇନଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ତୁର୍କୀ ପକ୍ଷରୁ କୁହାଯାଇଛି, ତାଙ୍କ ସରକାର ଏହି ଗସ୍ତ ନେଇ ଆଶାବାଦୀ ଅଛନ୍ତି।

By amfnews

Related Post