Wed. Nov 27th, 2024

ତୁମକେଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା

By amfnews Oct 16, 2018 #Featured
170 Views

ରାଉରକେଲା, ୧୫ା୧୦  : ବିଜ୍ଞାନ ସ୍ତରୀୟ ବିଜ୍ଞାନ ମେଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କୋଏଲନଗର ସ୍ଥିତ ସତ୍ୟସାଇ ବାଲବିକାଶ କେନ୍ଦ୍ରର ଛାତ୍ରୀମାନେ ବେଦପାଠ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରେମଚାନ୍ଦ ପଶାୟତ ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ୱଳନ କରି ମେଳାର ଉଦ୍ଘାଟନ କରିଥିଲେ । ସତ୍ୟସାଇ ସେବା ସଙ୍ଗଠନ ରାଉରକେଲା ଶାଖାର ଜିଲା ଶିକ୍ଷା ଦାୟିତ୍ୱରେ ଥିବା କାଳୀକିଙ୍କର ପଟ୍ଟନାୟକ, ତ୍ରିଲୋଚନ ରାଉତ, କରୁଣାକର ପଟେଲ, ଦେବେନ୍ଦ୍ର କୁମାର ସ୍ୱାଇଁ, ତାରା ବଲ୍ଲଭ ମହାପାତ୍ର, କାହ୍ନୁଚରଣ ମହାରଣା, ସୁକାନ୍ତି ମହାରଣା, ମିତାଲି ଦାସ ପ୍ରମୁଖ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ନିମନ୍ତ୍ରିତ ଅତିଥିମାନେ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ବିଜ୍ଞାନ ପ୍ରତି ଆକୃଷ୍ଟ ହେବା ସହ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଅଧ୍ୟକ୍ଷ ପ୍ରେମଚାନ୍ଦ ପଶାୟତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରକଳ୍ପଗୁଡିକ ଦେଖି ଧନ୍ୟବାଦ ଦେବା ସହ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ସରକାରଙ୍କ ମୋ’ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସତ୍ୟସାଇ ସେବା ସଙ୍ଗଠନ ତରଫରୁ ପିଲାମାନଙ୍କ ଯୋଗ କରିବା ପାଇଁ ଦରି ଓ ଖାଇବା ବେଳେ ବସିବା ପାଇଁ ଆସନ ଯୋଗାଇ ଦିଆଯାଇଥିବାରୁ ଅଧ୍ୟକ୍ଷ ତଥା ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷୟିତ୍ରୀ ପ୍ରେମଲତା ଧଳ ଧନ୍ୟବାଦ ଦେଇଥିଲେ । ଏହି ବିଜ୍ଞାନ ମେଳାରେ ମୋଟ ୩୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।

ତନ୍ମଧ୍ୟରୁ ବରିଷ୍ଠ ବିଭାଗରେ ୨୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ କନିଷ୍ଠ ବିଭାଗରୁ ୧୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବିଶ୍ରା ବ୍ଲକ୍ ବିଆର୍ସିସି ତଥା ଏବିଇଓ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ, ବ୍ଲକ୍ର ଅନ୍ୟତମ ଏବିଇଓ ପ୍ରଦୀପ କୁମାର ରଥ ମୁଖ୍ୟବକ୍ତା ଭାବେ ତଥା ଆର୍ପିଏଲ୍ କ୍ଲଷ୍ଟରର ସିଆର୍ସିସି ଭାସ୍କର ନନ୍ଦ ସମ୍ମାନିତ ଅତିଥି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ବେହେରା ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପଗୁଡିକ ଅତି ସୁନ୍ଦର ହୋଇଥିବା ଓ ଦୈନିକ ଜୀବନରେ ଏହାର ଆବଶ୍ୟକତା ଅଛି ବୋଲି କହିଥିଲେ । ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ ବ୍ଲକ୍ ଲେବଲରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ପୋଷଣ କରିଥିଲେ ।

ମୁଖ୍ୟବକ୍ତା ଶ୍ରୀ ରଥ ଅଂଶଗ୍ରହଣକାରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ଚଳିତ ବର୍ଷ କିପରି ଅନ୍ୟୁନ ଗୋଟିଏ ପିଲା ବୃତ୍ତି ପାଇପାରିବ ବୋଲି ନିଜ ବକ୍ତବ୍ୟରେ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପୂର୍ବରୁ ଅତିଥିମାନେ ଶ୍ରେଣୀ କକ୍ଷ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ଖାତାର ମୂଲ୍ୟାୟନ ଦେଖିଥିଲେ ଓ ଛାତ୍ରଛାତ୍ରୀଙ୍କ ସହ ପାଠ ସଂକ୍ରାନ୍ତୀୟ ମତବିନିମୟ କରିଥିଲେ । ଅଧିକାରୀ ବୃନ୍ଦ ଏ ସମ୍ପର୍କରେ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ୁଆଗକୁ କିପରି ଛାତ୍ରଛାତ୍ରୀମାନେ ଆହୁରି ଭଲ କରିବେ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଏହି ବିଜ୍ଞାନ ମେଳାରେ ସ୍ୱୟଂକ୍ରୟ ଓ କୃତ୍ରିମ ବୁଦ୍ଧି ଅବଲମ୍ବନରେ ଚାଷ ପ୍ରକଳ୍ପରେ କୁମାରୀ ଭାଗ୍ୟଶ୍ରୀ ଭୂମିଜ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱଚ୍ଛ ବିଦ୍ୟାଳୟରେ କୁମାରୀ ଅଂଯୁକ୍ତା ନାଏକ ଦ୍ୱିତୀୟ ଓ ୱାଲ ଫାର୍ମିଙ୍ଗରେ କୁମାର ଅର୍ଚ୍ଚିତା ନାଏକ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସେହିପରି କନିଷ୍ଠ ବର୍ଗରୁ ବର୍ଷା ଖାଡିଆ, ଦିବାକର ପଶାୟତ ପ୍ରଥମ ସ୍ଥାନ ଅଥିକାର କରିଥିବା ବେଳେ ଜିତେନ ଭୂମିଜ ଦ୍ୱିତୀୟ ଓ ପାର୍ବତି ସିଂହ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଆର୍ପିଏଲ୍ କ୍ଲଷ୍ଟର ସିଆର୍ସିସି ଭାସ୍କର ନନ୍ଦ ପିଲାମାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପଗୁଡିକ ଅତି ଉଚ୍ଚକୋଟୀର ହୋଇଥିବା ବେଳେ ଏ ଅଞ୍ଚଳର ପିଲାମାନେ ଫୁଟବଲ ଖେଳରେ ରୁଚି ରଖନ୍ତି ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ଖୋଲିବା ବେଳେ ଏକ ଛୋଟ ଫୁଟବଲ ଦେବେ ବୋଲି ଶ୍ରୀ ନନ୍ଦ ପ୍ରକାଶ କରିଥିଲେ ।

ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ । ଶିକ୍ଷୟିତ୍ରୀ ପ୍ରେମଲତା ଧଳ, ବିନୋଦିନୀ ପ୍ରଧାନ, ସରସ୍ୱତୀ ପଟେଲ, ମମତାମୟୀ ପଟେଲ, ସୁସ୍ମିତା ସାହୁ, କଳା ଶିକ୍ଷୟିତ୍ରୀ ରୀନୁ ପ୍ରଧାନ, ଖେଳ ଶିକ୍ଷୟିତ୍ରୀ ସୁଦୀପା ଦେ, ପାଚିକା ସହାୟିକା ସୁଗୀ ସମାସୀ, ମୀନା ସମାସୀ ଓ ସୁମିତ୍ରା ପଶାୟତ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହାକୁ ସଫଳ କରିଥିଲେ ।

By amfnews

Related Post