Tue. Nov 26th, 2024

ତୁମକେଲା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ

By amfnews Dec 2, 2018 #Featured
207 Views

ରାଉରକେଲା, ୨ା୧୨  : ଆଜି ତୁମକେଲା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାରେ ମୁଖ୍ୟ ଅତିଥି ଭାବେ ଆର୍ପିଏଲ୍ କ୍ଲଷ୍ଟର ସିଆର୍ସିସି ଭାସ୍କର ନନ୍ଦ ଯୋଗ ଦେଇ ପିଲାମାନଙ୍କୁ ଶୃଙ୍ଖଳିତ ଓ ନିୟମିତ ବିଦ୍ୟାଳୟକୁ ଆସିବା ପାଇଁ ପରାମର୍ଶ ଦେଇଥିଲେ । ନିଜେ ଏକ ଗପ ମାଧ୍ୟମରେ ଏକଲବ୍ୟର ଚରିତ୍ର ବର୍ଣ୍ଣନା କରି ଗୁରୁଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ ଏକଲବ୍ୟ ପରି ହେବାକୁ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଆର୍ଏସ୍ପିର ଫୁଟ୍ବଲ୍ କୋଚ୍ ତଥା ବିଶିଷ୍ଟ ଫୁଟ୍ବଲ ରେଫରୀ କେଶବ ଚନ୍ଦ୍ର ପ୍ରଧାନ ଯୋଗଦାନ କରି ଚାତ୍ରଛାତ୍ରୀଙ୍କୁ ସୁନାଗରିକ ହେବା ପାଇଁ ପରାମର୍ଶ ଦେବା ସହ ଖେଳୁଆଡ ମନୋଭାବ ଥିବା ଛାତ୍ରଛାତ୍ରୀଙ୍କୁ ଖେଳ ଓ ପଢା ଉଭୟ ଦିଗ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପରିବେଶକୁ ଦେଖି ସେ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରୁ କମ୍ ନୁହେଁ ବୋଲି ଉଲ୍ଳେକ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ଫୁଟ୍ବଲ ଉପହାର ସ୍ୱରୂପ ଦେଇଥିଲେ ।

ସତ୍ୟସାଇ ଟ୍ରଷ୍ଟ ରାଉରକେଲା ଶାଖା ତରଫରୁ ବାଲବିକାଶ କାର୍ଯ୍ୟକ୍ରମର ପ୍ରଭାରୀ କାଳୀଚରଣ ମହାରଣା ଓ ସୁକାନ୍ତି ମହାରଣା ମଞ୍ଚରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଯିବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରେମଚାନ୍ଦ ପଶାୟତ ମେଳାରେ ଉପସ୍ଥିତ ରହି ସରକାରଙ୍କ ପୋଷାକ, ଯୋତା ଓ ମୋଜା ବିତରଣ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଆମ ବିଦ୍ୟାଳୟ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ପାଇବା ପରେ ଜିଲା ତଥା ରାଜ୍ୟରେ ନିଜର ସ୍ଥିତି ବଜାୟ ରଖିବା ସହ ସୁନାମ ଅର୍ଜନ କରିପାରିଛି ବୋଲି କହିଥିଲେ ।

ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେ ଉପସ୍ଥିତ ଅତିଥିବୃନ୍ଦଙ୍କୁ ସ୍ୱାଗତ କରିବା ସହ ପୋଷାକ ବିତରଣ ମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷା ଅନୁପମା କୁମାର ଓ ସଭ୍ୟ ଦୁବରାଜ ମାଝି ଉପସ୍ଥିତ ଥିଲେ । ଶିକ୍ଷୟିତ୍ରୀ ସିମାଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ । ଶିକ୍ଷୟିତ୍ରୀ ପ୍ରେମଲତା ଧଳ, ବିନୋଦିନି ପ୍ରଧାନ, ସରସ୍ୱତୀ ପଟେଲ, ରଶ୍ମିତା ଜେନା, ସୁସ୍ମିତା ସାହୁ ଓ ସୁଦୀପା ଦେ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

By amfnews

Related Post